25.1 C
Bhubaneswar
Friday, November 22, 2024
Homeଓଡିଶାରାଜ୍ୟରେ ଆଉ ୪ ଦିନ ବର୍ଷା ହେବାର ସମ୍ଭାବନା !

ରାଜ୍ୟରେ ଆଉ ୪ ଦିନ ବର୍ଷା ହେବାର ସମ୍ଭାବନା !

ଭୁବନେଶ୍ୱର:  ଅସହ୍ୟ ତାତରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ । ଏହା ପ୍ରଭାବରେ ରାଜ୍ୟରେ ଶୁକ୍ରାବାର ଦିନରୁ ବଦଳିଛି ପାଗ । ଅସହ୍ୟ ଗରମରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ । ଗଲା କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଥିଲେ ଲୋକେ । ଅସହ୍ୟ ତାତି ସହ ପ୍ରବଳ ଖରାରେ ପଦାକୁ ଗୋଡ଼ କାଢିବା ମୁସ୍କିଲ ହୋଇପଡ଼ିଥିଲା ।

ସ୍ଥିତି ଏମିତି ହୋଇଥିଲା ଯେ, ଦିନ ୧୦ଟା ବେଳକୁ ଖାଁ ଖାଁ ହୋଇଯାଉଥିଲା ରାସ୍ତାଘାଟ । ତାପମାତ୍ରାରେ ଅହେତୁକ ବୃଦ୍ଧି ହେତୁ କଲବଲ ହେଉଥିଲେ ଲୋକେ । ତେବେ ଶୁକ୍ରବାର ଦିନଠାରୁ ପାଗରେ ପରିବର୍ତ୍ତନ ଆସିଥିଲା, ଥଣ୍ତା ପବନ ସହ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ଯ ହୋଇଥିଲା । ଫଳରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ତଳେ ରହିଛି । ତେବେ ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୋମବାର କେତେକ ଜିଲ୍ଲା ଯଥା, ଗଞ୍ଜାମ, ଯାଜପୁର, କଟକ, ଢେଙ୍କାନାଳ, ଭଦ୍ରକ, ଅନୁଗୁଳ, ବୌଦ୍ଧ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ ତେବେ ଏନେଇ ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ  ଜାରି କରାଯାଇଛି ।

ଏହା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ ଏଥିଲାଗି ଏହି ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏପ୍ରିଲ ୨୭ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବା ନେଇ ଆକଳନ କରାଯାଇଛି । ପ୍ରକାଶ ଥାଉ କି,  ଗତ ୨୪ ଘଣ୍ଟାରେ କଳାହାଣ୍ତି ଜିଲ୍ଲା କୋକସରାରେ ୭୭ ମିମି,  ନବରଙ୍ଗପୁର ଡ଼ାବୁଗାଁରେ ୫୬.୨, ସମ୍ବଲପୁର ବୁର୍ଲାରେ ୫୨.୨ ମିମି ବର୍ଷା ରେକର୍ଡ଼ କରାଯାଇଛି ।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ କୁଆପଥର ବର୍ଷା ହୋଇଥିଲା । ତେବେ ବିଜୁଳି, ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ରହିବା ଲାଗି ପରାମର୍ଶ ଦିଆଯାଇଛି । ପବନ ସହ ବର୍ଷା ଯୋଗୁଁ ଅମଳକ୍ଷମ ଫସଲ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଚାଷୀଙ୍କୁ ଫସଲ ଅମଳ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking