14.1 C
Bhubaneswar
Monday, December 8, 2025
Homeଓଡିଶା୧୦ ବର୍ଷ ହେଲା ହୋଇନି ଶିଶୁ ଶ୍ରମିକ ସର୍ଭେ

୧୦ ବର୍ଷ ହେଲା ହୋଇନି ଶିଶୁ ଶ୍ରମିକ ସର୍ଭେ

ଭୁବନେଶ୍ୱର: ୧୦ ବର୍ଷ ହେଲା ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ସର୍ଭେ କରାଯାଇନାହିଁ । ୧୯୯୭ ମସିହାରେ ରାଜ୍ୟ ସରକାର ଶେଷ ଥର ଲାଗି ଏହି ସର୍ଭେ କରିଥିଲେ । ସେହିପରି ଏପର୍ଯ୍ୟନ୍ତ ୨୭୧ଟି ମାମଲା ଅଦାଲତରେ ରୁଜୁ କରାଯାଇଥିବାବେଳେ ୩ ଲକ୍ଷ ୮୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ବଲାଙ୍ଗୀର, ଦେଓଗଡ଼ ଓ ନୂଆପଡ଼ାରୁ କେହି ଶିଶୁ ଶ୍ରମିକ ଉଦ୍ଧାର ହୋଇନାହାନ୍ତି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ୍ ସିଂ ଖୁଣ୍ଟିଆ । ତେବେ ଜରିମାନା ଆଦାୟରେ କେନ୍ଦୁଝର ଜିଲ୍ଲା ପ୍ରଥମ ରହିଛି । ଏହି ଜିଲ୍ଲାରୁ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବାବେଳେ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୩୫ଟି ମାମଲା ଦାୟର କରାଯାଇଛି । ବାଲେଶ୍ୱରରୁ ୬୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୧୪ ଉଦ୍ଧାର ଓ ୭ ମାମଲା ହୋଇଛି ।

ଅନୁଗୁଳରୁ କୌଣସି ଜରିମାନା ଅ।।ଦାୟ କରାଯାଇନଥିବାବେଳେ ଏହି ଜିଲ୍ଳାରୁ ୩୫ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୦ ମାମଲା ହୋଇଛି । ବରଗଡରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଗୋଟିଏ ମାମଲା ରୁଜୁ କରାଯାଇଛି । ବୌଦ୍ଧରେ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଭଦ୍ରକରେ ୩୦ ଉଦ୍ଧାର ହୋଇଥିବାବେଳେ ଓ ୩୦ଟି ମାମଲା ହୋଇଛି ଏବଂ ୪୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । କଟକ ଜିଲ୍ଲାରେ ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଢ଼େଙ୍କାନାଳରେ ୬୯ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨୨ଟି ମାମଲା ହୋଇଛି ଏବଂ ୨୦ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଗଜପତିରେ ୪ଜଣଙ୍କୁ ଉଦ୍ଧାର କରାଯାଇଛି । ଗଞ୍ଜାମରେ ୪୪ ଜଣ ଉଦ୍ଧାର ହୋଇଥିବାବେଳେ ୨୩ ମାମଲା ହୋଇଛି । ଜଗତସିଂହପୁରରେ ୪ ଉଦ୍ଧାର ହୋଇଥିବାବେଳେ ୪ ମାମଲା ହୋଇଛି ଓ ୨୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଝାରସୁଗୁଡ଼ାରେ ୧୪ ଉଦ୍ଧାର ହୋଇଥିବାବେଳେ ୧୨ ମାମଲା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking