18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶକିଏଭ୍‌ରେ ଆଉ କୌଣସି ଭାରତୀୟ ନାହାନ୍ତି: ୨୪ ଘଣ୍ଟାରେ ୟୁକ୍ରେନ୍‌ରୁ ଫେରିଛନ୍ତି ୧୩୭୭

କିଏଭ୍‌ରେ ଆଉ କୌଣସି ଭାରତୀୟ ନାହାନ୍ତି: ୨୪ ଘଣ୍ଟାରେ ୟୁକ୍ରେନ୍‌ରୁ ଫେରିଛନ୍ତି ୧୩୭୭

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟାରେ ୟୁକ୍ରେନ୍‌ରୁ ୧୩୭୭ ଭାରତୀୟଙ୍କୁ ୬ଟି ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରାଇ ଅଣାଯାଇଛି ବୋଲି ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ୟୁକ୍ରେନ୍‌ର ରାଜଧାନୀ କିଏଭ୍‌ରେ ଆଉ କୌଣସି ଭାରତୀୟ ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଅପରେସନ ଗଙ୍ଗା’ ଅଭିଯାନ ଅନୁଯାୟୀ ଆସନ୍ତା ୩ ଦିନ ମଧ୍ୟରେ ଆଉ ୨୬ଟି ବିମାନରେ ଭାରତୀୟଙ୍କୁ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି । ରୁଷ୍ ପକ୍ଷରୁ ଆକ୍ରମଣ ଆରମ୍ଭ ହେବାଦିନଠାରୁ ୟୁକ୍ରେନ୍ ତାହାର ଆକାଶସୀମାକୁ ସିଲ୍ କରିସାରିଛି ।

ତେଣୁ କୌଣସି ବିମାନ ସେଠାରୁ ଚଳାଚଳ କରୁନଥିବାରୁ ବର୍ତ୍ତମାନ ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ଓ ସ୍ଲୋଭାକ୍ ସୀମାରୁ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି । ଏହି ଅଭିଯାନରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍ ଜେଟ୍ ବିମାନ ବ୍ୟବହାର କରାଯାଉଥିବାବେଳେ ଭାରତୀୟ ବାୟୁସେନାର ୩ଟି ପରିବହନ ବିମାନ ସି-୧୭ (ଗ୍ଲୋବମାଷ୍ଟର)କୁ ମଧ୍ୟ ନିୟୋଜିତ କରାଯାଇଛି ।

ରୁଷ୍ ସେନା ପକ୍ଷରୁ କିଏଭ୍ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରାଯାଉଥିବାରୁ ସହରବାସୀଙ୍କୁ ତୁରନ୍ତ କିଏଭ୍ ଛାଡିବାକୁ ରୁଷ୍ ପକ୍ଷରୁ ଚେତାବନୀ ଦିଆଯାଇଛି । ଶତାଧିକ ଟ୍ୟାଙ୍କ୍‌, ତୋପ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ସହସ୍ରାଧିକ ରୁଷ୍ ସୈନ୍ୟ ବର୍ତ୍ତମାନ କିଏଭ୍ ସହରକୁ ଘେରି ରହିଛନ୍ତି । ଯୁଦ୍ଧ ଅଞ୍ଚଳରୁ ଅନ୍ୟତ୍ର ପଳାୟନ କରିବାକୁ ବର୍ତ୍ତମାନ ବିଦେଶୀ ନାଗରିକମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଉଥିବା ଲକ୍ଷ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking