ଜୟପୁର:ଅଲୱର ଗଣବଳାତ୍କାର ଘଟଣାକୁ ନେଇ ରାଜସ୍ଥାନରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲାବେଳେ ସେଠାରେ ଏବେ ଆଉ ତିନି ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଛି ।
ପୁଲିସର କହିବାନୁଯାୟୀ, ଅଲୱର ଜିଲା ଅନ୍ତର୍ଗତ ହସରାଉରା ଗ୍ରାମରେ ଚଳିତ ମାସ ୧୪ ତାରିଖରେ ଜଣେ ୧୫ ବର୍ଷୀୟା ଝିଅକୁ ତିନି ଜଣ ବ୍ୟକ୍ତି ଗଣବଳାତ୍କାର କରିଥିଲେ । ଝିଅଟି ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲାବେଳେ ଏହି ଘଟଣା ଘଟିଥିଲା । ତିନି ଅଭିଯୁକ୍ତଙ୍କ ଭିତରୁ ଜଣେ ଖସିଯିବାକୁ ସମର୍ଥ ହୋଇଥିଲାବେଳେ ଆଉ ଦୁଇ ଜଣ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ହାତରେ ଧରାପଡିଥିଲେ ଏବଂ ନିର୍ଧୂମ ମାଡ଼ ଖାଇଥିଲେ । ପରେ ସେମାନଙ୍କ ଭିତରୁ ଜଣକର ମୃତଦେହ ରାସ୍ତା କଡ଼ରେ ପଡିଥିବାର ଦେଖିବାକୁ ମିଳିଥିଲା । ବାକି ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି । ନାବାଳିକାଙ୍କ ବଳାତ୍କାର ଓ ଜଣେ ଅଭିଯୁକ୍ତର ହତ୍ୟା ନେଇ ପୁଲିସ ନିକଟରେ ଦୁଇଟି ଅଭିଯୋଗ ଦାଖଲ କରାଯାଇଛି ।
ଆଉ ଏକ ଘଟଣାରେ, ରାଜ୍ୟର ଭାନିପୁରା ଅଞ୍ଚଳରେ ଜଣେ ୬ ବର୍ଷୀୟା ଝିଅକୁ ତା’ର ଜଣେ ସମ୍ପର୍କୀୟ ବଳାତ୍କାର କରିଛି । ସେ ପାଣି ଆଣିବାକୁ ଯାଇଥିଲାବେଳେ ଅଭିଯୁକ୍ତ ଜଣକ ତା’କୁ ନିକାଞ୍ଚନ ସ୍ଥାନକୁ ନେଇଯାଇ ଏଭଳି କାଣ୍ଡ ଘଟାଇଥିଲା । ଅଭିଯୁକ୍ତକୁ ପୁଲିସ ଅଟକ ରଖିଥିବାର ପ୍ରକାଶ କରିଛି । ତୃତୀୟ ଘଟଣାରେ, ଖୁର୍ଦ ଗ୍ରାମରେ ନିଜ ମାମୁ ଘରକୁ ବୁଲିବାକୁ ଯାଇଥିବା ଜଣେ ୮ ବର୍ଷୀୟ ନାବାଳିକାକୁ ଜଣେ ୧୮ ବର୍ଷୀୟ ଯୁବକ ବଳାତ୍କାର କରିଛି । ପୁଲିସ ବଳାତ୍କାରୀ ଯୁବକକୁ ଗିରଫ କରିଛି ।
ଅନ୍ୟପଟରେ, ପୁଲିସ ବହୁଚର୍ଚ୍ଚିତ ଅଲୱର ଦଳିତ ମହିଳା ଗଣବଳାତ୍କାର ମାମଲାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ଗତ ମାସ ୨୬ ତାରିଖରେ ପୀଡ଼ିତା ମହିଳା ନିଜ ସ୍ୱାମୀଙ୍କ ସହ ବାଇକରେ ଯାଉଥିଲାବେଳେ ୫ ଜଣ ଅଭିଯୁକ୍ତ ସେମାନଙ୍କୁ ଅଟକାଇଥିଲେ । ସେମାନେ ମହିଳାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ଗଣବଳାତ୍କାର କରିଥିଲେ । ବଳାତ୍କାର କରୁଥିଲାବେଳେ ସେମାନେ ତା’ର ଅନେକ ଗୁଡିଏ ଭିଡିଓ ରେକର୍ଡିଂ କରିଥିଲେ ଏବଂ ପରେ ସୋସିଆଲ ମିଡ଼ିଆରେ ଛାଡିଥିଲେ । ଏଭଳି ଗୋଟିଏ ଭିଡ଼ିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ଯାହାକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା । ରାଜ୍ୟର କଂଗ୍ରେସ ସରକାର ଦଳିତ ସମୁଦାୟ ଓ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ ବିଜେପି ଅଭିଯୋଗ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେତେକ ନିର୍ବାଚନୀ ରାଲିରେ ଏହି ଘଟଣା ସମ୍ପର୍କରେ ବୟାନ ଦେଇଥିଲେ ।