27.1 C
Bhubaneswar
Sunday, July 7, 2024
Homeଓଡିଶାଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର 

ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର 

ଯାଜପୁର, : ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଓଳାଶୁଣୀ ପାହାଡ଼ ନିକଟରେ ଜଣେ ଯୁବକଙ୍କୁ ଗୁଳିମାଡ କରି ଦୁର୍ବୁତ୍ତ ମାନେ ଫେରାରହୋଇ ଯାଇଛନ୍ତି l ଖବରରୁ ଜଣାପଡିଛି ଯେ ଓଳାଶୁଣୀ ପାହାଡ଼ ନିକଟରେ ବନ୍ଦେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ ନାମକ ଯୁବକ ଜଣେ ସାଙ୍ଗ ଙ୍କ ସହ କଥା ବାର୍ତ୍ତା ହେଉ ଥିବା ସମୟରେ ବାଇକ ଯୋଗେ ଦୁର୍ବୁତ୍ତମାନେ ଆସି ହଟାତ ଯୁବବଙ୍କ ଉପରକୁ ଗୁଳି ମାଡ଼ କରି ଫେରାର ହୋଇ ଯାଇ ଯାଇଥିଲେ l ଯାହା ଫଳରେ ଗୁଳିଟି ତାଙ୍କ ଗୋଡ଼ରେ ବାଜିଥିବା ବେଳେ ତାଙ୍କୁ ସଂଗେ ସଂଗେ ବଡ଼ଚଣା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା l ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି । କେଉଁ କାରଣ ପାଇଁ ଏଭଳି ଗୁଳି କାଣ୍ଡ ଘଟିଲା ତାହା ଏବେ ସ୍ପଷ୍ଟ ଜଣାପଡି ନାହିଁ l ଏଭଳି ଘଟଣାକୁ ନେଇ ବାଲିଚନ୍ଦ୍ରପୁର ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking