17.1 C
Bhubaneswar
Friday, February 13, 2026
Homeଓଡିଶାଟ୍ରେନରୁ ପଡି ଯୁବକ ମୃତ

ଟ୍ରେନରୁ ପଡି ଯୁବକ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଟ୍ରେନରୁ ଖସି ଚାଲିଗଲା ଯୁବକଙ୍କ ଜୀବନ । ସୂଚନା ଅନୁଯାୟୀ,ଦକ୍ଷିଣ ପୂର୍ବ ରେଳବାଇର ରୂପସା ଓ ବାଲେଶ୍ୱର ମଧ୍ୟବର୍ତ୍ତୀ ହଳଦୀପଦା ଷ୍ଟେସନ ନିକଟରେ ଆଜି କୌଣସି ଟ୍ରେନରୁ ଖସି ପଡି ଜଣେ ଯୁବକର ମୃତ୍ୟୁ ଘଟିଛି।ଡାଉନ ଲାଇନରେ ଏହି ଯୁବକର ମୃତଦେହ ଦେଖି ରେଳ ପୋଲିସକୁ ଖବର ଜଣାଇଥିଲେ ।ଖବର ପାଇ ରେଳ ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏଥିସହ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking