27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶନିର୍ବନ୍ଧ ଭାଙ୍ଗିଲା ବୋଲି, ନାବାଳିକାର ମୁଣ୍ଡ କାଟିଦେଲା ଯୁବକ

ନିର୍ବନ୍ଧ ଭାଙ୍ଗିଲା ବୋଲି, ନାବାଳିକାର ମୁଣ୍ଡ କାଟିଦେଲା ଯୁବକ

ବେଙ୍ଗାଲୁରୁ: ସାତ ଜନ୍ମର ସାଥି ହେବା ପାଇଁ ହୋଇଥିଲା ନିଷ୍ପତ୍ତି । ପ୍ରଥମେ ନିର୍ବନ୍ଧ ପରେ ବିବାହ ପାଇଁ ଯୋଜନା କରିଥିଲା ଯୁବକ । ହେଲେ କୌଣସି କାରଣରୁ ଭାଙ୍ଗିଗଲା ନିର୍ବନ୍ଧ । ଆଉ ଏହାକୁ ସେ ସହ୍ୟ କରିପାରିଲାନି । ରାଗ ଜର୍ଜରିତ ହୋଇ ଭିଆଇଲା ବର୍ବର କାଣ୍ଡ । ଏକ ନିଛାଟିଆ ସ୍ଥାନକୁ ନେଇ ନାବାଳିକାର ମୁଣ୍ଡ କାଟିଦେଲା ଯୁବକ । ମୁଣ୍ଡକୁ ଗଣ୍ଡିରୁ ଅଲଗା କରିବା ପରେ ମୁଣ୍ଡକୁ ସାଙ୍ଗରେ ନେଇ ଫେରାର ହୋଇଗଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

କର୍ଣ୍ଣାଟକର କୋଡାଗୁ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ହୃଦୟ ବିଦାରକ ଘଟଣା । 16 ବର୍ଷୀୟା ନାବାଳିକା ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି । ଗୁରୁବାର ଦିନ ସୋମୱାରପେଟର ସୁରଲାବି ଗ୍ରାମରେ ଏହି ଘଟଣା ଘଟିଛି । କୁହାଯାଉଛି କି, ହତ୍ୟା କରିଥିବା ଅଭିଯୁକ୍ତ ସହିତ ନାବାଳିକାର ନିର୍ବନ୍ଧ ହେବାର ଥିଲା । କିନ୍ତୁ ନିର୍ବନ୍ଧ ଭାଙ୍ଗିଯିବା କାରଣରୁ ଯୁବକ ଜଣକ ରାଗିଯାଇ ଗତକାଲି ସନ୍ଧ୍ୟାରେ ନାବାଳିକାକୁ ଘରୁ ଉଠାଇ ନେଇଯାଇଥିଲା ।

ପରେ ଏକ ନିଛାଟିଆ ସ୍ଥାନରେ ନାବାଳିକାର ମୁଣ୍ଡ କାଟି ହତ୍ୟା କରିଥିଲା । ମୃତକଙ୍କ ନାମ ମୀନା ଏବଂ ଅଭିଯୁକ୍ତ ଯୁବକର ନାମ ଓନକାରପ୍ପା ବୋଲି ଜଣାପଡିଛି । ଏନେଇ ଏସପି କହିଛନ୍ତି, ସମାଜ କଲ୍ୟାଣର ଅଧିକାରୀମାନେ ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ଝିଅକୁ 18 ବର୍ଷ ପରେ ହିଁ ବିବାହ କରିବା ପାଇଁ ବୁଝାଇଥିଲେ । ଏହାପରେ ବିବାହ ସ୍ଥଗିତ ରଖାଯାଇଥିଲା । ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ ଚାଲିଯିବା ପରେ ଅଭିଯୁକ୍ତ ଘରେ ପଶି ତାଙ୍କୁ ନିର୍ମମ ହତ୍ୟା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking