18.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶପୁଣିଥରେ ରାସ୍ତାକୁ ଓହ୍ଲାଇଲା ବିଶ୍ୱର ସବୁଠୁ ଲମ୍ବା କାର୍‌: ସୁଇମିଂ ପୁଲ୍ ଓ ହେଲିପ୍ୟାଡ୍ ସହ...

ପୁଣିଥରେ ରାସ୍ତାକୁ ଓହ୍ଲାଇଲା ବିଶ୍ୱର ସବୁଠୁ ଲମ୍ବା କାର୍‌: ସୁଇମିଂ ପୁଲ୍ ଓ ହେଲିପ୍ୟାଡ୍ ସହ ରାଜକୀୟ ସୁବିଧା

ଏକାଠି ବସି ପାରିବେ ୭୫ରୁ ଅଧିକ ବ୍ୟକ୍ତି
ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଲମ୍ବା କାର୍‌କୁ ତା’ ପୂର୍ବ ଗୌରବ ସହ ପୁନଃନିର୍ମାଣ କରାଯାଇଛି । ଏହା ସହିତ କାର୍ ନିଜର ପୂର୍ବ ରେକର୍ଡ ଭଙ୍ଗ କରିଛି । ଏବେ ଏଥିରେ ବାଥ୍‌ଟବ୍‌, ଟେଲିଭିଜନ୍‌, ସୁଇମିଂ ପୁଲ୍ ଏବଂ ଗଲ୍‌ଫ କୋର୍ସ ପରି ସୁବିଧା ଯୋଡ଼ା ଯାଇଛି । ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁସାରେ ‘ଦ ଆମରିକାନ୍ ଡ୍ରିମ୍‌’ ନାମକ ଏହି ସୁପର ଲିମୋର ଲମ୍ବା ୩୦.୫୪ ମିଟର (୧୦୦ ଫୁଟ ୧.୫୦ ଇଞ୍ଚ) । ଗିନିଜ୍ ୱାର୍ଲ୍ଡ ରେକର୍ଡସ ନିଜ ୱେବ୍‌ସାଇଟ୍ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଏହାର ଏକ ଫଟୋ ପୋଷ୍ଟ କରିଛି । ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସ ଅନୁସାରେ ଏହି କାର୍ ସର୍ବପ୍ରଥମେ ୧୯୮୬ରେ କାର୍ କଷ୍ଟମାଇଜର୍ ଜେ ଓହରବର୍ଗ ଦ୍ୱାରା ନିର୍ମାଣ କରାଯାଇଥିଲା । ସେତେବେଳେ ଏହାର ଲମ୍ବା ୬୦ ଫୁଟ୍ ଥିଲା ଏବଂ ୨୬ଟି ଚକା ସାହାଯ୍ୟରେ ଏହା ଚାଲୁଥିଲା । କାର୍‌କୁ ଚଳାଇବା ପାଇଁ ଏହାର ଆଗ ଏବଂ ପଛରେ ଦୁଇଟି ଲେଖାଏଁ ଭି୮ ଇଞ୍ଜିନ୍ ଲାଗିଥିଲା । ପରେ ଏହାର ଲମ୍ବା ୩୦.୫ ମିଟରକୁ ବୃଦ୍ଧି କରାଯାଇଥିଲା ।

ଭାରତୀୟ ରାସ୍ତାରେ ଚାଲୁଥିବା ଛଅଟି ହୋଣ୍ଡା ସିଟି ସେଡାନ୍ କାର୍‌କୁ ପଛକୁ ପଛ ଯୋଡ଼ି ରଖିଲେ ମଧ୍ୟ ଏହାର ଲମ୍ବାଠାରୁ କମ୍ ହେବ । ୧୯୭୬ କ୍ୟାଡିଲାକ୍ ଏଲ୍‌ଡୋରାଡୋ ଲିମୋସିନ୍ ଆଧାରିତ ଏହି କାର୍‌କୁ ଉଭୟ ଦିଗରେ ଚଳାଯାଇ ପାରିବ । କାର୍‌ଟିକୁ ଦୁଇଟି ଭାଗରେ ନିର୍ମାଣ କରାଯାଇଥିବା ବେଳେ କୋଣକୁ ମୋଡ଼ିବା ଉଦ୍ଦେଶ୍ୟରେ ମଝିରେ ଏହାକୁ କବ୍‌ଜା ମାଧ୍ୟମରେ ଯୋଡ଼ାଯାଇଛି । ଏଥିରେ ବସିଲେ ଯେକେହି ନିଶ୍ଚିତ ଭାବେ ରାଜକୀୟ ଅନୁଭୂତି ଲାଭ କରିବେ । କାର୍‌ରେ ଏକ ଡାଇଭିଂ ବୋର୍ଡ ସହ ସୁଇମିଂ ପୁଲ୍‌, ଜାକୁଜି, ବାଥ୍‌ଟବ୍‌, ମିନି ଗଲ୍‌ଫ କୋର୍ସ ଏବଂ ଅବିଶ୍ୱନୀୟ ଭାବେ ଏକ ହେଲିପ୍ୟାଡ୍ ମଧ୍ୟ ରହିଛି । ହେଲିପ୍ୟାଡ୍‌ର ଷ୍ଟ୍ରକ୍‌ଚର୍ ତଳେ ଷ୍ଟିଲ୍ ବ୍ରାକେଟ୍ ଥିବା ବାହନ ଫିଟ୍ ହୋଇଛି, ଯାହା ପାଞ୍ଚ ହଜାର ପାଉଣ୍ଡ୍ ଓଜନ ଉଠାଇ ପାରିବ ।

‘ଦ ଆମେରିକାନ୍ ଡ୍ରିମ୍‌’ର ପୁନଃନିର୍ମାଣ କରିଥିବା ମାଇକେଲ୍ ମାନିଙ୍ଗ୍ ଏହି ସୂଚନା ଦେଇଛନ୍ତି । ସେହିପରି କାର୍‌ରେ ରେଫ୍ରିଜେରେଟର୍‌, ଗୋଟିଏ ଟେଲିଫୋନ୍ ଏବଂ କେତେକ ଟେଲିଭିଜନ୍ ସେଟ୍ ମଧ୍ୟ ରହିଛି । ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସ ଅନୁସାରେ କାର୍‌ରେ ଏକକାଳୀନ ୭୫ରୁ ଅଧିକ ବ୍ୟକ୍ତି ବସିପାରିବେ । ‘ଦ ଆମେରିକାନ୍ ଡ୍ରିମ୍‌’କୁ ବହୁ ହଲିଉଡ୍ ଫିଲ୍ମରେ ଦେଖିବାକୁ ମିଳିଛି ଏବଂ ଏହା ପ୍ରାୟତଃ ଭଡ଼ାରେ ନିଆଯାଇଥାଏ । ମାତ୍ର ଏହାର ପାର୍କିଂ ସମସ୍ୟା ଏବଂ ଉଚ୍ଚ ରକ୍ଷଣା ବେକ୍ଷଣ ବ୍ୟୟଭାର ଯୋଗୁଁ ଏଥିପ୍ରତି ଲୋକଙ୍କ ଆଗ୍ରହ ହ୍ରାସ ପାଉଥିବା ବେଳେ ଏଥିରେ ଜଙ୍କ୍ ଲାଗିବା ଆରମ୍ଭ ହୋଇଯାଇଥିଲା । କାର୍‌ର ପୁନଃନିର୍ମାଣ କରିବା ଉଦ୍ଦେଶ୍ୟ ମାନିଙ୍ଗ୍ ଏହାକୁ ଇବେଠାରୁ କିଣିଥିଲେ। ଗିନିଜ୍ ରେକର୍ଡ୍ସ ଅନୁସାରେ କାର୍‌କୁ ମୂଳ ରୂପ ଦେବା ପାଇଁ ଶିପିଂ, ସାମଗ୍ରୀ ଏବଂ ଶ୍ରମ ବାବଦରେ ୨୫୦,୦୦୦ ଡଲାର୍ ଖର୍ଚ୍ଚ ହୋଇଛି । ଏହା ସମ୍ପୂର୍ଣ୍ଣ ହେବା ପାଇଁ ତିନିବର୍ଷ ସମୟ ଲାଗିଥଲା । ତେବେ କାର୍‌ଟି ସଡ଼କରେ ଚାଲିପାରିବ ନାହିଁ । ଏହା ଡେଜର୍‌ଲ୍ୟାଣ୍ଡ ପାର୍କ ଅଦ୍ଭୁତ କାର୍ ଓ କ୍ଲାସିକ୍ କାର୍ ସଂଗ୍ରହର ଏକ ଅଂଶ ହୋଇ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking