34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶ୧୨୨ କୋଟିରେ ବିକ୍ରି ହୋଇପାରେ ଦୁନିଆର ସବୁଠୁ ବଡ ପଲିସ୍ଡ ହୀରା

୧୨୨ କୋଟିରେ ବିକ୍ରି ହୋଇପାରେ ଦୁନିଆର ସବୁଠୁ ବଡ ପଲିସ୍ଡ ହୀରା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ ପଲିସ୍ଡ ହୀରାର ଡିସେମ୍ବରରେ ନିଲାମୀ ହେବ  । ନ୍ୟୁୟର୍କରେ ହେବାକୁ ଥିବା ନିଲାମୀରେ ଏହି ହୀରା ୧୫ ମିଲିୟନ୍ ଡଲାର ରାଶିରେ ବିକ୍ରି ହେବା ଆଶା କରାଯାଉଛି । ପିଜୁଳି ଆକାରର ଏହି ହୀରା ବିଶ୍ୱର ସବୁଠାରୁ ବଡ ପଲିସ୍ଡ ହୀରା । ଏହାର ନାଁ ଗୋଲ୍ଡେନ୍ କେନେରୀ ଏବଂ ଏହାର ଓଜନ ପ୍ରାୟ ୩୦୩. ୧୦ କ୍ୟାରେଟ୍ ।

ହୀରାରୁ ଅତିକମରେ ୧୫ ମିଲିୟନ୍ ଡଲାର ମିଶିବା ଆଶା କରାଯାଉଛି । ନିଲାମ ପାଇଁ ଏହାର ବେସ୍ ପ୍ରାଇସ୍ ୧ ଡଲାର ରଖାଯାଇଛି । ଏଥିପାଇଁ କୌଣସି ବି ରିଜର୍ଭ ଦାମ୍ ନାହିଁ । ଏଥିପାଇଁ ହୀରାର ଦାମ୍ ଅତିକମରେ ୧୫ ମିଲିୟନ୍ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ଯଦି ଏତିକି ଦାମରେ ହୀରା ବିକ୍ରି ହେବ ତେବେ ଭାରତୀୟ ଦାମ୍ ଅନୁସାରେ ଏହା ୧,୨୩,୮୧,୨୨,୫୦୦ ଟଙ୍କା ହେବ ।

ଏହି ହୀରାର ଇତିହାସ ବଡ ରୋଚକ । ୧୯୮୦ ଦଶକ ଆରମ୍ଭରେ ଡେମୋକ୍ରେଟିକ୍ ରିପବ୍ଲିକ୍ କଙ୍ଗୋରେ ଏକ ଛୋଟ ପିଲା ନିଜ ଅଗଣାରେ ଖେଳୁଥିବା ସମୟରେ ଏହାକୁ ପାଇଥିଲା । ସେହି ସମୟରେ ପାଖ ରାଜ୍ୟର ହୀରା ଖଣି MIBA ର ଖନନ କରୁଥିବା ଲେବର ଏହାକୁ ବଡ ଏବଂ ଓଜନ ଯୋଗୁଁ ଫୋପାଡି ଦେଇଥିଲେ । ମାଇନର୍ସ ଏହା ଜାଣିନଥିଲେ କି ଏହା ଏକ ହୀରା । ସେମାନେ ଏହାକୁ ଏକ ପଥର ଭାବି ଫୋପାଡି ଦେଇଥିଲେ । ସେ ଛୋଟ ପିଲାଟି ସେ ହୀରାକୁ ଧରି ନିଜ ଘରେ ଦେଇଥିଲା । ସେ ଏହାକୁ ନେଇ ଏକ ହୀରା ବ୍ୟାପାରୀ ପାଖକୁ ଯାଇଥିଲେ । ପରେ ତାହା ଏକ ହୀରା ବୋଲି ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking