18.1 C
Bhubaneswar
Saturday, November 23, 2024
Homeଓଡିଶାଭୁବନେଶ୍ୱରଦୁନିଆର ସବୁଠୁ ବଡ଼ ପ୍ରାକୃତିକ ଦର୍ପଣ

ଦୁନିଆର ସବୁଠୁ ବଡ଼ ପ୍ରାକୃତିକ ଦର୍ପଣ

ଭୁବନେଶ୍ଵର : ମଣିଷ ଜୀବନରେ ଦର୍ପଣ ବା ଆଇନାର ଗୁରୁତ୍ୱ ନିଶ୍ଚିତ ଭାବେ ରହିଛି । ଦର୍ପଣରେ ନିଜ ମୁହଁ ଦେଖିବାକୁ କାହାକୁ ଅବା ଭଲ ନ ଲାଗେ । ନିଜ ନିଜ ପସନ୍ଦ ଅନୁସାରେ ଲୋକେ ଘରେ ଦର୍ପଣ ରଖିଥାଆନ୍ତି । କିନ୍ତୁ ଦୁନିଆର ସବୁଠୁ ବଡ଼ ପ୍ରାକୃତିକ ଦର୍ପଣ ବିଷୟରେ କିଛି ଜାଣନ୍ତି କି? ଦର୍ପଣ ତ କାଚରେ ତିଆରି ହୋଇଥାଏ । କେରଳରେ ପୁଣି ଧାତୁ ନିର୍ମିତ ଏକ ସ୍ୱତନ୍ତ୍ର ଦର୍ପଣ ତିଆରି କରାଯାଏ । ତେବେ ପ୍ରାକୃତିକ ଦର୍ପଣ, ତାହା ପୁଣି ସବୁଠୁ ବଡ଼- କେଉଁଠି ଅଛି ଏହି ଦର୍ପଣ? ବଲିଭିଆରେ ଅଛି ପ୍ରକୃତିର ଏହି ବିସ୍ମୟ ।

ବଲିଭିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଦୁନିଆର ସବୁଠୁ ବଡ଼ ଦର୍ପଣ ରହିଛି । ଏହି ସ୍ଥାନର ନାଁ ସାଲାର ଡି ୟୁନି । ସାଲାର ଡି ୟୁନି ୧୦,୫୮୨ବର୍ଗକିମି ଦୀର୍ଘ ଦୁନିଆର ସବୁଠୁ ବଡ଼ ଲବଣ କ୍ଷେତ୍ର । ଏହା ଏତେ ସ୍ୱଚ୍ଛ ଯେ ଦେଖିବାକୁ ଦର୍ପଣ ଭଳି ମନେ ହୁଏ । ଏହି ଅଞ୍ଚଳ ଆଣ୍ଡିଜ୍‌ ପାର୍ବତ୍ୟମାଳା ପାଖରେ ଦକ୍ଷିଣ-ପଶ୍ଚିମ ବଲିଭିଆର ପୋଟୋସି ଅଧୀନସ୍ଥ ଡ୍ୟାନିଏଲ୍‌ କ୍ୟାମ୍ପସ୍‌ ପ୍ରାନ୍ତରେ ପରିବ୍ୟାପ୍ତ । ଏହି ସ୍ଥାନ ସମୁଦ୍ର ପତ୍ତନରୁ ୩,୬୫୬ ମିଟର ଉଚ୍ଚତାରେ ଅବସ୍ଥିତ । ଏହି ସ୍ଥାନକୁ ସାଲାର ଡି ଟ୍ୟୁନୁପା ମଧ୍ୟ କୁହାଯାଏ ।

ଏହି ସ୍ଥାନର ଦୃଶ୍ୟ ଅତ୍ୟନ୍ତ ଅପୂର୍ବ । ମନେହୁଏ ପ୍ରକୃତିର ଏହା ଏକ ଅପରୂପ ବିସ୍ମୟ । ଏହି ସ୍ଥାନର ଲବଣାକ୍ତ ଭୂମି ଏତେ ସ୍ୱଚ୍ଛ ଯେ ଜଣେ ନିଜ ପ୍ରତିବିମ୍ବ ଦେଖିପାରେ । ଏହି ସ୍ଥାନ ବିଷୟରେ କୁହାଯାଏ ଯେ ଏଠାରେ ଆଗରୁ ଏକ ହ୍ରଦ ଥିଲା । ଯାହା ଶୁଖିଗଲା ପରେ ଲୁଣର ମରୁଭୂମି ପାଲଟିଗଲା । ଏହି ସ୍ଥାନ କେଇ ମିଟର ପର୍ଯ୍ୟନ୍ତ ଲୁଣରେ ଆବୃତ । ଲୋକମାନେ ଏହି ଲବଣ କ୍ଷେତ୍ରରେ ଚାଲୁଥିବା ବେଳେ ସେମାନଙ୍କୁ ଅନୁଭବ ହୋଇଥାଏ ସତେ ଯେମିତି ସେମାନେ ଆକାଶରେ ଚାଲୁଛନ୍ତି । କାରଣ ତଳେ ଆକାଶ ଓ ଭାସମାନ ବାଦଲ ସାଙ୍ଗକୁ ସେମାନଙ୍କ ପ୍ରତିବିମ୍ବ ଦୃଶ୍ୟମାନ ହୋଇଥାଏ । ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଏହି ସ୍ଥାନର ଦୃଶ୍ୟ ଅବର୍ଣ୍ଣନୀୟ । ଲାଗେ କୌଣସି ମହାଜାଗତିକ ଦୃଶ୍ୟଠାରୁ କୌଣସି ଗୁଣରେ କମ୍‌ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking