ଭୁବନେଶ୍ୱର: କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ନେଇ କଟାକ୍ଷ କଲେ ବିଜେପି ବିଧାୟକ ବାବୁ ସିଂ । ଜଗତ କେବଳ ଜନେ ହସିବେ, କହି କଟାକ୍ଷ କଲେ । ଅନାସ୍ଥା ଆଣିବାକୁ ହେଲେ ପାଖାପାଖି ସଂଖ୍ୟା ରହିବା କଥା । ଏକ ଦଶମାଂଶ ସଂଖ୍ୟା ଥାଇ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ,ପ୍ରଭାବ ପଡିନି । ଅନ୍ୟପଟେ ଅନାସ୍ଥା ପ୍ରସ୍ତାବକୁ ନେଇ କଟାକ୍ଷ କରିଛନ୍ତି ଜୟନାରାୟଣ ମିଶ୍ର । କହିଛନ୍ତି, ବିଜେଡି ଓ କଂଗ୍ରେସ ଭିତରେ ମେଡାଲ ପାଇଁ ଲଢେଇ । ଅନାସ୍ଥାର କୌଣସି ପ୍ରଭାବ ସରକାରଙ୍କ ଉପରେ ପଡିବ ନାହିଁ । ଅନାସ୍ଥା ପ୍ରସଙ୍ଗକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । କଂଗ୍ରେସ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡି ସହ ଆଲୋଚନା କରିନି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଆହୁରି କହିଛନ୍ତି, ଆମେ ଆମ ପ୍ରସଙ୍ଗ ଉଠାଇବୁ । ଯଦି କଂଗ୍ରେସ ଆଲୋଚନା କରେ ତାହାହେଲେ ବିଚାର କରିବୁ । ସୂଚନା ଥାଉକି ଆଜି କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗ , ନାରୀ ସୁରକ୍ଷା ପ୍ରସଙ୍ଗରେ ଅନାସ୍ଥା ଭୋଟ ଆଣିଛି ।










