32.1 C
Bhubaneswar
Saturday, April 4, 2026
Homeଓଡିଶାଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡକ ପର୍ବ

ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡକ ପର୍ବ

ପୁରୀ: ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡକ ପର୍ବ । ପୂର୍ବ ଭାରତର ଭୋଗରାଇର ବାବା ଚନ୍ଦନେଶ୍ୱରଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡକ ପର୍ବ । ପ୍ରଥମ ଦିନରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଲାଗିିଛି । କୌଳିକ ରୀତିନୀତି ଅନୁଯାୟୀ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ଧ୍ୱଜ ବାଉଁଶ ଛେଦନ କରାଯାଇ ଆରମ୍ଭ ହୋଇଛି । ଏହି ୧୧ ଦିନିଆ ମହା ପର୍ବ । ଏହି ପର୍ବକୁ କୌଳିକ ପରମ୍ପରା ଅନୁଯାୟୀ, ଧ୍ୱଜ ବାଉଁଶ ଛେଦନ କରି ଶୁଭାରମ୍ଭ କରାଯାଏ । ଏଥିପାଇଁ ବାବା ଚନ୍ଦନେସ୍ୱରଙ୍କ ମନ୍ଦିରରୁ ଏକ ଆଜ୍ଞାମାଳ ନେଇ ବାଦ୍ୟ ଯନ୍ତ୍ର ବଜାଇ ବିରାଟ ପଟୁଆରରେ ଏକ ଶୋଭଯାତ୍ରା ବାହାରିଥାଏ । ମନ୍ତ୍ର ପାଠ କରାଯାଇ ଧ୍ୱଜ ବାଉଁଶ ଛେଦନ କରାଯାଇଛି । ଆଉ ସେହି କଟା ହୋଇଥିବା ବାଉଁଶକୁ ସ୍ପର୍ଶ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିିଛି । ୧୧ ଦିନର ଏହି ପର୍ବରେ ଓଡିଶା ସମେତ ପଶ୍ଚିମ ବଙ୍ଗ, ବିହାର , ଝାଡଖଣ୍ଡ ଓ ଛତିଶଗଡର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking