28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଏହି ଗାଁର ମହିଳା ବେଶୀ ପରିଶ୍ରମୀ

ଏହି ଗାଁର ମହିଳା ବେଶୀ ପରିଶ୍ରମୀ

ନୂଆଦିଲ୍ଲୀ : ବିଶ୍ବରେ କର୍ମଠ ମହିଳାଙ୍କ ମଧ୍ୟରେ ଭାରତ ଦଶମ ସ୍ଥାନରେ ରହିଛି। ୨୦୧୯-୨୦ର ଆର୍ଥିକ ସର୍ଭେ ଅନୁସାରେ ଦେଶରେ ସବୁଠୁ କମ୍ ପାରିଶ୍ରମିକ ୧୩୬ଟଙ୍କା ମିଳିଥାଏ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ନାଗାଲାଣ୍ଡର ଫେକ ଜିଲ୍ଲାର ଚିଜାମି ଗାଁରେ। ଏଠାରେ କେବଳ ପୁରୁଷ ନୁହେଁ, ପ୍ରତ୍ୟେକ ମହିଳା ମଧ୍ୟ କର୍ମଠ।

ମହିଳାଙ୍କ ସର୍ବନିମ୍ନ ପାରିଶ୍ରମିକ ମଧ୍ୟ ପୁରୁଷଙ୍କ ସମାନ ୪୫୦ଟଙ୍କା। ମହିଳାମାନେ ବୁଣାବୁଣି ଭଳି ପରମ୍ପରାଗତ ପ୍ରତିଭାକୁ ବର୍ତ୍ତମାନ ହିସାବରେ ପରିବର୍ତ୍ତନ କରିଛନ୍ତି ଏବଂ ରୋଜଗାରର ପନ୍ଥା କରିଛନ୍ତି। ଏଥିପାଇଁ ସେମାନେ ମୁମ୍ବାଇ ଏବଂ ଦିଲ୍ଲୀର ଫ୍ୟାଶନ୍ ଡିଜାଇନରଙ୍କଠୁ ଟ୍ରେନିଙ୍ଗ୍ ନେଇଛନ୍ତି। ଆଜି ଏମାନଙ୍କ ଦ୍ବାରା ପ୍ରସ୍ତୁତ ଶାଲ୍,ମଫଲର,ପର୍ସ,ଓ୍ବାଲ୍ ହ୍ୟାଙ୍ଗିଙ୍ଗ୍ ମୁମ୍ବାଇ,ଦିଲ୍ଲୀ,ବେଙ୍ଗାଲୁରୁ ମାର୍କେଟକୁ ପହଞ୍ଚିସାରିଲାଣି।

ଏଠାରେ ମହିଳାଙ୍କ ଆୟ ଗାଁର ପୁରୁଷଙ୍କ ଆୟଠୁ କମ୍। ତାଙ୍କର ‘ଚିଜାମି ଓ୍ବିବ୍ସ’ ବ୍ରାଣ୍ଡ ହୋଇ ସାରିଛି।ଏହି ପରିଶ୍ରମୀ ମହିଳାମାନେ ଭୋର ୩-୪ଟାରେ ଉଠି ପଡ଼ନ୍ତି। ସକାଳେ ତନ୍ତରେ ବୁଣାବୁଣି ,ଦ୍ବିପ୍ରହରରେ କ୍ଷେତ କାମ ଏବଂ ସନ୍ଧ୍ୟାରେ ପୁଣି ବୁଣାବୁଣି। ଏଗୁଡ଼ିକ ମଧ୍ୟରେ ପରିବାର ଏବଂ ରୋଷେଇ କାମ।

୨୦୦୮ମସିହାରେ ଏମାନେ ବୁଣାବୁଣିକୁ ବିଜନେସ୍ ମଡେଲ୍ କରିବା ଆରମ୍ଭ କରିଥିଲେ। ଏହି କୌଶଳ ଉତ୍ତର-ପୂର୍ବ ନେଟଓ୍ବାର୍କ ସଂସ୍ଥା ସେନୋ ସୁହାହର ଥିଲା। ପ୍ରତ୍ୟେକ ଘରେ ବୁଣା କାମ ହୋଇଥାଏ। ଆଖପାଖ ୧୬ଟି ଗାଁର ୬୦୦ମହିଳା ଏହି ସଂସ୍ଥା ସହ ଜଡ଼ିତ ଅଛନ୍ତି। ବାର୍ଷିକ ଟର୍ଣ୍ଣଓଭର ୫୦ଲକ୍ଷ ଟଙ୍କା ପାର ହୋଇ ସାରିଛି। ଏଠାରେ ପ୍ରତ୍ୟେକ ମହିଳା ରୋଜଗାର କରିଥାଆନ୍ତି। ନିଜ ନିଷ୍ପତ୍ତି ନିଜେ ନେଇଥାଆନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking