28.1 C
Bhubaneswar
Sunday, November 24, 2024
Homeଅପରାଧଡେଟିଂ ଆପ୍‌ରେ ଫସେଇ ଦେଲେ ମହିଳା, ଡାକ୍ତରଙ୍କଠୁ ଲୁଟି ନେଲେ ଦେଢ କୋଟି

ଡେଟିଂ ଆପ୍‌ରେ ଫସେଇ ଦେଲେ ମହିଳା, ଡାକ୍ତରଙ୍କଠୁ ଲୁଟି ନେଲେ ଦେଢ କୋଟି

ହାଇଦ୍ରାବାଦ: ବଦଳୁଛି ସାଇବର ଠକଙ୍କ ଠକେଇ ତରିକା । ଏପରି ଅପରାଧ ରୋକିବା ପାଇଁ ପୋଲିସ ଯେତିକି କୌଶଳ ଓ ଜନ ସଚେତନତା ସୃଷ୍ଟି କରୁଛି, ଅନୁରୂପ ଭାବେ ଭିନ୍ନଭିନ୍ନ ନୂଆ ତରିକା ମଧ୍ୟ ଆପଣାଇବାରେ ଲାଗିଛନ୍ତି ସାଇବର ଠକ । ଜଣେ ମହିଳାଙ୍କ ଦ୍ୱାରା ଡେଟିଂ ପାଇଁ ଅନଲାଇନ ଆପରେ ପ୍ରଲୋଭିତ ହୋଇ ଦେଢ କୋଟି ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି ହାଇଦ୍ରାବାଦର ଜଣେ ଡାକ୍ତର । ଗୁଜୁରାଟରେ କାର୍ଯ୍ୟରତ ଉକ୍ତ ଡାକ୍ତରଙ୍କୁ ଏକ ଡେଟିଂ ଆପ ମାଧ୍ୟମରେ ଏପରି ଶିକାର ହେବାକୁ ପଡିଛି । ଜଣେ ମହିଳାଙ୍କ ସହ ଡେଟିଂ ପାଇଁ ଏହି ଆପରେ ଡାକ୍ତରଙ୍କୁ ପ୍ରଲୋଭିତ କରାଯାଇଥିଲା । ପରେ ସାଇବର ଠକର କହିବା ଅନୁସାରେ, ଏଥିପାଇଁ ଅନଲାଇନ ମୋଡରେ ପ୍ରଥମେ ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ ଡାକ୍ତର ।

ଡାକ୍ତରଜଣଙ୍କ ଠକେଇର ଶିକାର ହୋଇଥିବା ଅନୁଭବ କରିବା ପରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।
କିନ୍ତୁ ଅଭିଯୋଗ ପରେ ମଧ୍ୟ ଡାକ୍ତରଙ୍କ ମହିଳାଙ୍କ ସହ ଡେଟିଂ କରିବା ନିଶା ଛାଡି ନଥିଲା । ପୁଣି ଥରେ ପ୍ରଲୋଭନର ଶିକାର ହୋଇ ଡାକ୍ତରଜଣଙ୍କ ପର୍ଯ୍ୟାୟକ୍ରମେ ୩୦ ଲକ୍ଷ ଓ ୮୦ ଲକ୍ଷର ରାଶି ମଧ୍ୟ ଅନ୍ୟଏକ ଆକାଉଣ୍ଟକୁ ଟ୍ରାନ୍ସଫର ମଧ୍ୟ କରିଥିଲେ । ଏହିପରି ଭାବେ ମୋଟ ଦେଢ କୋଟିର ଅର୍ଥରାଶି ଏକାଧିକ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ତେବେ ଘଟଣା ପରେ ସମ୍ପୃକ୍ତ ଡାକ୍ତରଙ୍କ ପରିବାର ଲୋକେ ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଏତଲା ପରେ ହାଇଦ୍ରାବାଦ ସାଇବର ପୋଲିସ ଘଟଣାର ତଦନ୍ତ କରିବା ସହ ଉକ୍ତ ଠକକୁ ମଧ୍ୟ ଧରିବାରେ ସଫଳ ହୋଇଛି। ତା ନିକଟରେ ଏକାଧିକ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହୋଇଥିବା ମଧ୍ୟ ସୂଚନା ମିଳିଛି । ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ, ପୋଲିସ ସେନେଇ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking