27.1 C
Bhubaneswar
Sunday, September 29, 2024
Homeଅପରାଧତିନିଦିନ ତଳୁ ନଖୋଜ ଥିଲେ ମହିଳା, ଶେଷରେ ବିଲରୁ ମିଳିଲା ମୃତ ଦେହ

ତିନିଦିନ ତଳୁ ନଖୋଜ ଥିଲେ ମହିଳା, ଶେଷରେ ବିଲରୁ ମିଳିଲା ମୃତ ଦେହ

ଗଞ୍ଜାମ : ତିନି ଦିନ ଧରି ନିଖୋଜ ଥିଲେ ମହିଳା ଶେଷରେ ବିଲରୁ ତାଙ୍କର ମୃତ ଦେହ ଠାବ କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଏହି ଘଟଣା ପରେ ତାଙ୍କ ପରିବାର ଓ ସ୍ଥାନୀୟ ଅଂଚଳରେ ଏକ ଶୋକର ଛାୟା ଖେଳିଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପରିନାହିଁ। ସୂଚନା ଅନୁଯାୟୀ,ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଟି-ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁ ଗ୍ରାମରେ ରହୁଥିବା ମହିଳା ଜଣକ ତିନିଦିନ ତଳୁ ନଖୋଜ ଥିଲେ । ଏଥିପାଇଁ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନଥିଲା । ଶେଷରେ ଗୁରୁବାର ଦିନ ବିଲରୁ ତାଙ୍କ ମୃତ ଦେହ ମିଳିଲା । ମୃତ ଦେହ ଠାବ ପରେ ପୋଲିସ କୁ ଖବର ଦିଆଯାଇଥିଲା । ପୋଲିସ ସେଠାରେ ପହଂଚି ଘଟଣା ବିଷୟରେ ପଚାରଉଚରା କରିଛନ୍ତି । ତେବେ ମହିଳାଙ୍କ ମୃତ୍ୟୁ କିପରି ଓ କେଉଁ କାରଣରୁ ହୋଇଛି ସେନେଇ କୌଣସି ଖବର ମିଳିନାହିଁ । ଏଥିସହ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking