29.1 C
Bhubaneswar
Sunday, October 20, 2024
Homeଅପରାଧପ୍ରେମିକ ସହ ମିଶି ସ୍ୱାମୀକୁ ରାସ୍ତାରୁ ହଟାଇ ଦେଲା ସ୍ତ୍ରୀ

ପ୍ରେମିକ ସହ ମିଶି ସ୍ୱାମୀକୁ ରାସ୍ତାରୁ ହଟାଇ ଦେଲା ସ୍ତ୍ରୀ

ବେଙ୍ଗାଲୁରୁ: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ତଦନ୍ତ ପରେ ଉଭୟ ହତ୍ୟାକାରୀ ସ୍ତ୍ରୀ ଓ ପ୍ରେମିକକୁ ଗିରଫ କରିଛି ପୋଲିସ । ବେଙ୍ଗାଲୁରୁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଭେଙ୍କଟରମଣ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ନନ୍ଦିନୀ ଓ ନନ୍ଦିନୀଙ୍କ ପ୍ରେମିକ ନିତିଶ କୁମାର । ସୂଚନା ଅନୁସାରେ, ଭେଙ୍କଟରମଣ ନାଏକଙ୍କ ବୟସ ୩୫ ବର୍ଷ ହୋଇଥିବାବେଳେ ସେ ଜଣେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ । ସେକ୍ଟର ୨ ସ୍ଥିତ ଏକ ବିଲଡିଂରେ ସେ ରାତ୍ରି ଜଗୁଆଳି ଥିଲେ । ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି । ହେଲେ ଏନେଇ ପୋଲିସକୁ ମିଛ ବୟାନ ଦେବା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ନନ୍ଦିନୀ । ଭେଙ୍କଟରମଣଙ୍କ ମୃତଦେହ ସକାଳୁ ସକାଳୁ ବାଥରୁମରୁ ମିଳିଥିବା ନେଇ ପୋଲିସକୁ କହିଥିଲେ ନନ୍ଦିନୀ ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ନନ୍ଦିନୀ ଏବଂ ନିତିଶଙ୍କ ପିଲାଦିନରୁ ଉଭୟଙ୍କୁ ବେଶ ଭଲ ଭାବରେ ଜାଣିଥିଲେ । ଏପରିକି ନନ୍ଦିନୀଙ୍କ ବିବାହ ପରେ ମଧ୍ୟ ତାଙ୍କ ସହ ଦେଖା କରିବାକୁ ଅନେକ ସମୟରେ ଆସିଥାନ୍ତି ନିତିଶ । ଗତ ୬ ତାରିଖରେ ଭେଙ୍କଟରମଣ ଘରେ ନଥିବାବେଳେ ନନ୍ଦିନୀ ନିତିଶଙ୍କୁ ଘରକୁ ଆସିବାକୁ କହିଥିଲେ । ଆଉ ନିତିଶ ମଧ୍ୟ ନନ୍ଦିନୀଙ୍କ ପାଖରେ ଆସି ପହଞ୍ଚିଥିଲେ । ହେଲେ ଅଚାନକ ସେହି ସମୟରେ ଘରେ ପହଞ୍ଚି ଯାଇଥିଲେ ଭେଙ୍କଟରମଣ । ତେବେ ଉଭୟଙ୍କୁ ଏକାଠି ଦେଖିବା ପରେ ଆପତ୍ତି କରିଥିଲେ ଭେଙ୍କଟରମଣ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି କାରଣରୁ ଭେଙ୍କଟରମଣଙ୍କ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଆଉ ଘଟଣାସ୍ଥଳରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା । ଯେଉଁଥିପାଇଁ ତାଙ୍କୁ ବାଥରୁମରେ ଫିଙ୍ଗି ଦେଇଥିଲେ ଉଭୟ ନନ୍ଦିନୀ ଓ ନିତିଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking