ନୂଆଦିଲ୍ଲୀ: ପରକୀୟା ପ୍ରୀତି ଆଜିକାଲି ସମାଜ ପାଇଁ ଏକ ସାଧାରଣ କଥା ପାଲଟିଗଲାଣି । କେଉଁଠି ପତ୍ନୀ ପଛରେ ସ୍ୱାମୀ ରଖନ୍ତି ଅଲଗା ସଂପର୍କ ତ ପୁଣି କେଉଁଠି ସ୍ୱାମୀଠାରୁ ଲୁଚି ପରପୁରୁଷକୁ ପ୍ରେମ କରନ୍ତି ସ୍ତ୍ରୀ । ରାଜଧାନୀ ଦିଲ୍ଲୀରେ ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରକୀୟା ପ୍ରୀତି ଯୋଗୁ ପ୍ରେମିକ ସହ ମିଶି ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଦିଲ୍ଳୀର କାଲକାଜି ଅଞ୍ଚଳରେ ଶୁକ୍ରବାର ଏକ ଘର ଭିତରୁ ୩୭ ବର୍ଷୀୟ ଯୁବକଙ୍କ ମୃତଶରୀର ଜବତ ହେବା ପରେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଯୁବକଙ୍କ ନାମ ଅର୍ଜୁନ ଘୋଷ। ଘର ଭିତରୁ ଅଜୁର୍ନଙ୍କ ମୃତଶରୀର ମିଳିବା ପରେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତରୁ ଜଣାପଡ଼ିଲା ଯେ ଅର୍ଜୁନଙ୍କ ହତ୍ୟା ଆଉ କେହି ନୁହଁ, ବରଂ ତାଙ୍କ ନିଜ ପତ୍ନୀ କରିଛନ୍ତି । ସ୍ଥାନୀୟ ଥାନାର ଏସ୍ଏଚ୍ଓ ବଲବୀର ସିଂହଙ୍କ ମୁତାବକ, ଅର୍ଜୁନ ଘୋଷଙ୍କ ପତ୍ନୀ ସୋନାଲୀ ଘୋଷ ମୋହନ ନାମକ ଜଣେ ଯୁବକ ସହ ସଂପର୍କରେ ଥିଲେ । ଏହି ବିଷୟରେ ଅଜୁର୍ନ ଜାଣି ଦେଇଥିଲେ । ଏହି କାରଣରୁ ଦୁହିଁଙ୍କ ଭିତରେ ବରାବର ଝଗଡ଼ା ହେଉଥିଲା । ଏହି ଘଟଣାକୁ ନେଇ ଦୁଇ ଜଣଙ୍କ ଭିତରେ ପୁଣି ଥରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଯେଉଁ କାରଣରୁ ପତ୍ନୀ ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ଜାଣିବାକୁ ମିଳିଛି ।