29.1 C
Bhubaneswar
Friday, October 18, 2024
Homeଅପରାଧପତ୍ନୀର ଗଳାକାଟି ହତ୍ୟା କଲା ସ୍ୱାମୀ; ଶେଷରେ ଶବ ପାଖରେ ବସି....

ପତ୍ନୀର ଗଳାକାଟି ହତ୍ୟା କଲା ସ୍ୱାମୀ; ଶେଷରେ ଶବ ପାଖରେ ବସି….

ଲକ୍ଷ୍ନୌ: ଗୋରଖପୁରରୁ ଏକ ଦୁଃଖଦ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି କ୍ରୋଧରେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ଅନୁତାପ କରିଛନ୍ତି ସତ, ହେଲେ ତାହାକୁ ଦେଖିବା ପାଇଁ ପତ୍ନୀ ନାହାନ୍ତି । ଯେତେବେଳେ ତାଙ୍କର କ୍ରୋଧ କମିଗଲା, ବ୍ୟକ୍ତି ଜଣକ ନିଜ କାର୍ଯ୍ୟକୁ ନେଇ ଅନୁତାପ କରିବାକୁ ଲାଗିଲେ, ରାତିସାରା ତାଙ୍କ ପତ୍ନୀଙ୍କ ପାଖରେ ବସି ରହିଲେ, ବେଳେବେଳେ ସେ ଦୁଃଖରେ ପତ୍ନୀଙ୍କ ମୁହଁକୁ ଛୁଇଁଥିଲେ ଏବଂ ବେଳେବେଳେ ସେ କାନ୍ଦୁଥିଲେ ମଧ୍ୟ । ହେଲେ ଏସବୁ ଯିଏ ଦେଖିବା କଥା, ସେ ଆଉ ନଥିଲେ । ବ୍ୟକ୍ତି ଜଣଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ପରିବାର ଲୋକ ପୁଲିସ୍‌କୁ ସୂଚନା ଦେଇଥିଲେ । ପୁଲିସ୍ ଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହି ଘଟଣା ହେଉଛି ମଙ୍ଗଳବାର ରାତିର । ସେଦିନ ବିଳମ୍ବିତ ରାତିରେ ହରପୁର ବୁଦ୍ଧହଟ୍ ପୁଲିସ ଷ୍ଟେସନ ଅଞ୍ଚଳର ଗନୌରା ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ ପାଟିତୁଣ୍ଡକୁ ନେଇ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହେଲେ ପତ୍ନୀଙ୍କ ହତ୍ୟା କରିବା ପରେ ସେ ସାରା ରାତି ଶବ ନିକଟରେ ବସି ରହିଥିଲେ । ବସିବା ସହ ବେଳେ ସେ ପତ୍ନୀଙ୍କ ଦେହକୁ ବାଡ଼େଇ ଜାଗ୍ରତ କରିବାକୁ ଚେଷ୍ଟା କରୁଥିଲେ । ପତ୍ନୀ ନଉଠିବାକୁ ବାହୁନି ବାହୁନି କାନ୍ଦୁଥିଲେ ମଧ୍ୟ । ସୂଚନା ଯୋଗ୍ୟ, ୩୦ ବର୍ଷୀୟ ଅଭିଯୁକ୍ତ ସ୍ୱାମୀ ଅନିଲ ୩ ବର୍ଷ ତଳେ ବିବାହ କରିଥିଲେ । ଏପର୍ଯ୍ୟନ୍ତ ଦୁହିଁଙ୍କର କେହି ପିଲାପିଲି ନାହାନ୍ତି । ଅନିଲ ବାହାରେ ରହି ଟଙ୍କା ରୋଜଗାର କରନ୍ତି । କିଛି ଦିନ ତଳେ ନିଜ ଘରକୁ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking