28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ ଦେଲା ୫୦ ହଜାର ଟଙ୍କାର ସୁପାରୀ

ସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ ଦେଲା ୫୦ ହଜାର ଟଙ୍କାର ସୁପାରୀ

ଲକ୍ଷ୍ନୌ: ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀ ଦେଲା ସୁପାରୀ । ସ୍ୱାମୀକୁ ହତ୍ୟା କରିବା ପାଇଁ ସ୍ତ୍ରୀ ହ୍ୱାଟ୍ସଆପ୍‌ରେ ଷ୍ଟାଟସ୍‌ରେ ପୋଷ୍ଟ କରି ଲେଖିଛି ଯେ ଯିଏ ମୋ ସ୍ୱାମୀକୁ ମାରିବ ମୁଁ ତାଙ୍କୁ ୫୦ ହଜାର ଟଙ୍କା ଦେବି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଯୁବକ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏଭଳି ମାମଲା ଉତ୍ତରପ୍ରଦେଶର ଆଗ୍ରାରୁ ଆସିଛି । ୨୦୨୨ ଜୁଲାଇରେ ଏହି ଦମ୍ପତ୍ତିଙ୍କ ବିବାହ ହୋଇଥିଲା । ତେବେ ବିବାହ ପରେ ଉଭୟଙ୍କ ମଧ୍ୟରେ ଅନେକ ବିବାଦ ଦେଖାଦେଇଥିଲା । ତେଣୁ ବିବାହର ୫ ମାସ ପରେ ଆର୍ଥାତ ୨୦୨୨ ଡିସେମ୍ବରରେ ପତ୍ନୀ ତାଙ୍କ ବାପ ଘରକୁ ଚାଲି ଆସିଥିଲେ । ଏବଂ ସେବେ ଠାରୁ ସେ ତାଙ୍କ ସ୍ୱାମୀଙ୍କ ପାଖକୁ ଫେରି ନାହାଁନ୍ତି ।

ଏହା ପରେ ଉକ୍ତ ମହିଳାଙ୍କ ସ୍ୱାମୀ ତାଙ୍କୁ ଭରଣ ପୋଷଣର ଦିଅନ୍ତୁ ବୋଲି ଏକ ଅଭିଯୋଗ କରିଥିଲେ । ପରେ ଡିସେମ୍ବର ୨୦୨୩ରେ ଯୁବକଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି । ତାଙ୍କ ପତ୍ନୀ ହ୍ୱାଟ୍ସଆପ୍ ଷ୍ଟାଟସରେ ଲେଖିଛନ୍ତି,ମୋ ଇଚ୍ଛା ବିରୋଧରେ ଏହି ବିବାହ ହୋଇଛି । ସ୍ୱାମୀଙ୍କୁ ହତ୍ୟା କରିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ । ତେବେ ପତ୍ନୀଙ୍କ ଏପରି ଷ୍ଟାଟସ୍ ଦେଖିବା ପରେ ସ୍ୱାମୀ ଭୟଭୀତ ଥିବାର ଜଣାପଡ଼ିଛି । ତେବେ ଏହି ଘଟଣାର ତଦନ୍ତ ଚାଲିଛି ବୋଲି କହିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking