32.1 C
Bhubaneswar
Saturday, October 19, 2024
Homeଅପରାଧବିସ୍ଫୋରଣରେ ଦୋହଲିବ ପୂରା ବେଙ୍ଗାଲୁରୁ.. କର୍ଣ୍ଣାଟକ ସରକାରଙ୍କୁ ଆସିଲା ଧମକପୂର୍ଣ୍ଣ ଇ-ମେଲ

ବିସ୍ଫୋରଣରେ ଦୋହଲିବ ପୂରା ବେଙ୍ଗାଲୁରୁ.. କର୍ଣ୍ଣାଟକ ସରକାରଙ୍କୁ ଆସିଲା ଧମକପୂର୍ଣ୍ଣ ଇ-ମେଲ

ବେଙ୍ଗାଲୁର : ଇ-ମେଲ ଯୋଗେ ବଡ଼ ବିସ୍ଫୋରଣର ଧମକ ଦେଇଛନ୍ତି ଦୁର୍ବୃତ୍ତ। ଶନିବାର ବେଙ୍ଗାଲୁରୁରେ ବିସ୍ଫୋରଣ କରାଯିବ ବୋଲି ସରକାରଙ୍କୁ ମିଳିଛି ଧମକ। ଶନିବାର ଦିନ ୨.୪୮ ମିନିଟରେ ହେବାକୁ ଥିବା ବିସ୍ଫୋରଣରେ ପୂରା ବେଙ୍ଗାଲୁରୁ ସହର ଦୋହଲିଯିବ ବୋଲି ଇ-ମେଲ ଯୋଗେ ଧମକ ଆସିଛି। ଧମକପୂର୍ଣ୍ଣ ଇ-ମେଲ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ରାଜ୍ୟର ଗୃହ ମନ୍ତ୍ରୀ ଓ ବେଙ୍ଗାଲୁରୁ ପୁଲିସ୍‌ କମିଶନରଙ୍କ ପାଖକୁ ପଠାଯାଇଛି। ଶାହିଦ ଖାନ ନାମକ କେହି ଦୁର୍ବୃତ୍ତ ଏପରି ଧମକପୂର୍ଣ୍ଣ ଇ-ମେଲ ପଠାଇଛି। ଏହି ଇମେଲକୁ ସହିଦ ଖାନ ନାମକ ଜଣେ ବ୍ୟକ୍ତି ପଠାଇଥିବା ବେଳେ ଏହା ଏବେ ପୂରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଇମେଲ ଅନୁଯାୟୀ ଏହି ବିସ୍ଫୋରଣ ରେଷ୍ଟୁରାଣ୍ଟ, ମନ୍ଦିର, ବସ୍ କିମ୍ବା ଟ୍ରେନ୍ ଥିବା ଭଳି ବ୍ୟସ୍ତବହୁଳ ସ୍ଥାନରେ ହୋଇପାରେ। ଜନସାଧାରଣମାନଙ୍କର ଉତ୍ସବ ସମୟରେ ବୋମା ଲଗାଇବାକୁ ମଧ୍ୟ ପ୍ରେରକ ଚେତାବନୀ ଦେଇଛି। ଏଥିସହ, ଇମେଲରେ ଦର୍ଶାଯାଇଛି ଯେ ବିସ୍ଫୋରଣକାରୀମାନେ ୨.୫ ମିଲିୟନ ଡଲାର (୨୦ କୋଟିରୁ ଅଧିକ ଟଙ୍କା) ଦେଲେ ଯାଇ ବିସ୍ଫୋରଣ ରୋକିବେ। ଏହି ବିସ୍ଫୋରଣ ଧମକ ଭରା ମେଲ୍‌ ମିଳିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking