30.1 C
Bhubaneswar
Friday, November 15, 2024
Homeଓଡିଶାଝିପ୍‌ଝିପ୍ ବର୍ଷାକୁ କୋହଲା ପାଗ; ବିମାନଯାତ୍ରା ପାଇଁ କାଳ ସାଜିଛି କୁହୁଡ଼ି

ଝିପ୍‌ଝିପ୍ ବର୍ଷାକୁ କୋହଲା ପାଗ; ବିମାନଯାତ୍ରା ପାଇଁ କାଳ ସାଜିଛି କୁହୁଡ଼ି

ଭୁବନେଶ୍ୱର: ରାଜ୍ୟରେ ରବିବାରଠାରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଝିପିଝିପି ବର୍ଷା । ଜାରି ରହିଛି କୋହଲା ପାଗ । ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗିରହିଛି ବର୍ଷା । ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ତାରିଖ ଯାଏଁ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସାଙ୍ଗକୁ ଲାଗିରହିଛି ଝିପିଝିପି ବର୍ଷା । ଯାହା ଜନଜୀବନକୁ କିଛି ମାତ୍ରାରେ ପ୍ରଭାବିତ କରିଛି । ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଘନ କୁହୁଡ଼ିର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁରକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପକ୍ଷରେ ଚଳିତବର୍ଷ ଘନକୁହୁଡ଼ି ଯୋଗୁଁ ଦିଲ୍ଲୀରୁ ଭୁବନେଶ୍ୱର ଆସିବାରେ ବହୁ ଅସୁବିଧା ଭୋଗୁଛନ୍ତି ପାସେଞ୍ଜର । ଖାଲି ସେତିକି ନୁହେଁ, ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ କନେକ୍ଟିଂ ଫ୍ଲାଇଟରେ ୪ରୁ ୫ ଗୁଣ ଅଧିକ ଟିକେଟ୍ ଭଡ଼ା ପଡୁଛି । ପ୍ରତିକୂଳ ପାଗ ଉପରେ କାହାର ନିୟନ୍ତ୍ରଣ ନାହିଁ । କିନ୍ତୁ କୁହୁଡ଼ି ସମୟରେ ଯାତ୍ରୀ କିପରି ଅଧିକ ମୂଲ୍ୟ ଦେଇ ଟିକେଟ୍ ନ କିଣିବେ ସେଥିପାଇଁ ଡିଜିସିଏ ଦାୟୀ । ବାରମ୍ବାର ଡିଜିସିଏକୁ ଟିକେଟର ସର୍ବୋଚ୍ଚ ଦର ସବୁ ବିମାନ କମ୍ପାନୀଙ୍କ ପାଇଁ ଧାର୍ଯ୍ୟ କରିବାକୁ ଅନୁରୋଧ କରାଯାଉଛି ।

କିନ୍ତୁ ଏ ଦିଗରେ ଏପର୍ଯ୍ୟନ୍ତ ଡିଜିସିଏ କୌଣସି ପଦକ୍ଷେପ ନେଇନାହାନ୍ତି । ଫଳରେ ଯାତ୍ରୀ ଫି ବର୍ଷ ଅଧିକ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ଗତ ସପ୍ତାହେ ହେଲାଣି ଡାଇରେକ୍ଟ ଫ୍ଲାଇଟର ଟିକେଟ୍ କ୍ୟାନସଲ ହେଉଛି । ଏ ନେଇ ଯାତ୍ରୀ ବହୁ ଅସୁବିଧା ଭୋଗୁଛନ୍ତି । ଟୁର୍ ଅପରେଟରମାନେ ବି ଯାତ୍ରୀଙ୍କୁ ସୁବିଧା ଅନୁଯାୟୀ ଟିକେଟ୍ ଯୋଗାଇପାରୁନାହାନ୍ତି । ଯାତ୍ରୀଙ୍କ ପାଇଁ ଭଲ ସୁବିଧା ଦେଉଥିବା ବିମାନ କମ୍ପାନୀ ଅଧିକ ଅର୍ଥ ବି ଚାର୍ଜ୍ କରୁଛନ୍ତି । ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରରେ ଲୋ-ଭିଜିବିଲିଟିରେ ବିମାନ ଅବତରଣ ଓ ଟେକ୍ ଅପ୍ ପାଇଁ କ୍ୟାଟ୍‌-୩ ବ୍ୟବସ୍ଥା ହୋଇନାହିଁ । ବିମାନବନ୍ଦର କର୍ତ୍ତୃପକ୍ଷ ଏ ନେଇ ଭିତ୍ତିଭୂମି ବିକାଶ ନ କଲେ କୁହୁଡ଼ି ସମସ୍ୟା ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିବାକୁ ଥିବା ବିମାନ କୋଲକାତାରେ ଯାତ୍ରୀ ଅବତରଣ କରିବାକୁ ବାଧ୍ୟ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking