24.1 C
Bhubaneswar
Wednesday, January 15, 2025
Homeଓଡିଶାବଢ଼ୁଛି ମୁଣ୍ଡଳୀରେ ଜଳସ୍ତର

ବଢ଼ୁଛି ମୁଣ୍ଡଳୀରେ ଜଳସ୍ତର

ଭୁବନେଶ୍ୱର:  ଗତକାଲି ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲିବା ପରେ ବଢୁଛି ମହାନଦୀ ଜଳସ୍ତର। କଟକ ମୁଣ୍ଡଳୀରେ ମହାନଦୀରେ ଜଳସ୍ତର କ୍ରମଗାତ ବୃଦ୍ଧି ପାଇବାକୁ ଲାଗିଛି । ଆଜି ହୀରାକୁଦ ଡ଼୍ୟାମ ର ଜଳ ପତ୍ତନ ୬୧୮ ଫୁଟ ରହିଛି । ଏବେ ଡ଼୍ୟାମ ମଧ୍ୟକୁ ସେକେଣ୍ଡ କୁ ୨ ଲକ୍ଷ ୫୭ ହଜାର ୫୫ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୭ ହଜାର ୬୨୮ ଘନଫୁଟ ଜଳ ନିଷ୍କାସିତ ହେଉଛି ।
ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ଆସି ମୁଣ୍ଡଳିରେ ପହଞ୍ଚିବ । ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚି ପାରେ ବୋଲି ସୂଚନା ମିଳିଛି। ସେତେବେଳେ ମୁଣ୍ଡଳିରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବା ନେଇ ଅନୁମାନ କରାଯାଉଛି। ମାତ୍ର  ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡୁଳି ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ କ୍ୟୁସେକ ବନ୍ୟା ପାଣି।ବନ୍ୟା ଆଶଙ୍କା ନଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ପୂର୍ବ ସତର୍କତା ସ୍ୱରୂପ ମହାନଦୀ ଭିତରକୁ ଲୋକ ପ୍ରବେଶ ନ କରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking