ଝାରସୁଗୁଡ଼ା : ଆଷାଢ଼ ୧୫ ଦିନ ଗଲାଣି। ଆଉ ଦିନକ ପରେ ଆୟୋଜିତ ହେବ ରଥଯାତ୍ରା। ହେଲେ ବର୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ମହାନଦୀର ଉପରମୁଣ୍ଡ ଶୁଖିଲା ପଡିଛି। ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକର କେତେକ ସ୍ଥାନରେ ନଦୀର ଜଳଧାର ଏକ କିମିରୁ ଊର୍ଦ୍ଧ୍ବ ଦୂରକୁ ଘୁଞ୍ଚି ଗଲାଣି। ସୁଖାସୋଡ଼ାରେ ଆଦୌ ପାଣି ନାହିଁ।
ଏପରି ସ୍ଥିିତିରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ କମି ଚାଲିଛି। ଶନିବାର ଜଳସ୍ତର ୬୦୦.୯୧ ଫୁଟକୁ ଖସି ଆସିଛି। ଏହାସହ ଜଳସ୍ତର ଡେଡ୍ ଷ୍ଟୋରେଜ ଲେଭଲ୍ ବା ସ୍ଥିର ଜଳସ୍ତର ୫୯୦ ଫୁଟର ନିକଟବର୍ତ୍ତୀ ହୋଇଛି। ଗତବର୍ଷ ୧୮ ଜୁନରେ ଜଳସ୍ତର ୬୦୦ ଫୁଟ ପାଖାପାଖି (୫୯୯.୯୩ ଫୁଟ) ଥିବା ବେଳେ ଉପରମୁଣ୍ଡରେ ବୃଷ୍ଟିପାତ ଆରମ୍ଭ ହୋଇ ସାରିଥିଲା।
ଉକ୍ତଦିନ ଉପରମୁଣ୍ଡରେ ୧୧.୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଅନୁରୂୂପ ଭାବେ ତହିଁ ପୂର୍ବବର୍ଷ ୨୦୨୧ ଜୁନ୍ ୧୮ ତାରିଖେର ଜଳସ୍ତର ୬୦୧.୩୧ ଫୁଟ ଥିବା ବେଳେ ବୃଷ୍ଟିପାତ ଜାରି ରହିଥିଲା। ଉକ୍ତଦିନ ଉପରମୁଣ୍ଡେର ୨୦.୭୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।