35.2 C
Bhubaneswar
Wednesday, April 8, 2026
Homeଦେଶ ବିଦେଶଇସ୍ରାଏଲ ଓ ହେଜବୋଲ୍ଲା ମଧ୍ୟରେ ଜାରି ରହିଛି ଯୁଦ୍ଧ

ଇସ୍ରାଏଲ ଓ ହେଜବୋଲ୍ଲା ମଧ୍ୟରେ ଜାରି ରହିଛି ଯୁଦ୍ଧ

ନୂଆଦିଲ୍ଲୀ : ଲେବାନନରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ନିପାତ କରିବାକୁ ଇସ୍ରାଏଲ ଆକ୍ରମଣ ଜାରି ରଖିଥିବାବେଳେ ହେଜବୋଲ୍ଲା ପକ୍ଷରୁ ବି ପାଲଟା ଜବାବ ଦିଆଯାଉଛି। ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ଇସ୍ରାଏଲ ଖୋଜୁଥିବାବେଳେ ଗତ ଶୁକ୍ରବାର ହୋଇଥିବା ଏୟାରଷ୍ଟ୍ରାଇକରେ ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଶୁକ୍ରବାର ଦକ୍ଷିଣ ବେରୁଟରେ ହୋଇଥିବା ଏୟାରଷ୍ଟ୍ରାଇକରେ ନସରଲ୍ଲା ପ୍ରାଣ ହରାଇଥିବା ଇସ୍ରାଏଲ ଗୁଇନ୍ଦା ପକ୍ଷରୁ କୁହାଯାଇଛି। ହେଲେ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।ଅନ୍ୟପଟେ ଇସ୍ରାଏଲ ଯୁଦ୍ଧ ବିମାନଗୁଡ଼ିକ ଦକ୍ଷିଣ ବେରୁଟରେ ଥିବା ହେଜବୋଲ୍ଲାର ଠିକଣାଗୁଡ଼ିକରେ ଆକାଶମାର୍ଗରୁ ବୋମା ବର୍ଷଣ ଜାରି ରଖିଛନ୍ତି। ରାତି ସାରା ଇସ୍ରାଏଲ ପକ୍ଷରୁ ବୋମାମାଡ଼ ହୋଇଥିଲା, ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ନସରଲ୍ଲା ଏକ ଅଣ୍ଡରଗ୍ରାଉଣ୍ଡ ବେସରେ ଟପ୍ ଲିଡରମାନଙ୍କ ସହିତ ବୈଠକ କରିଥାଏ। ଏହା ହେଉଛି ହେଜବୋଲ୍ଲାର ମୁଖ୍ୟାଳୟ। ଇସ୍ରାଏଲ ସେନା ଉକ୍ତ ଠିକଣାକୁ ଚିହ୍ନଟ କରି ସେଠାରେ ଆକାଶମାର୍ଗରୁ ବୋମାମାଡ଼ କରିଛି। ଫଳରେ ଉକ୍ତ କୋଠାଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ତେଣୁ ଆକମ୍ରଣରେ ନସରଲ୍ଲା ନିହତ ହୋଇଥିବା ଆକଳନ କରିଛି ଇସ୍ରାଏଲ ଗୁଇନ୍ଦା ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking