21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆମେରିକା ବାଲାଟରେ ଗୋଟିଏ  ଭାରତୀୟ ଭାଷା ସାମିଲ

ଆମେରିକା ବାଲାଟରେ ଗୋଟିଏ  ଭାରତୀୟ ଭାଷା ସାମିଲ

ବ୍ୟୁରୋ  : ଆମେରିକା  ରାଷ୍ଟ୍ରପତି  ନିର୍ବାଚନ ପାଇଁ  ନ୍ୟୁୟର୍କରେ ବାଲାଟ ପେପରରେ  ଏକ ପରିବର୍ତ୍ତନ ଘଟିଛି ।  ନ୍ୟୁୟର୍କ ସହରରେ  ଭୋଟ ପାଇଁ  ବ୍ୟବହାର କରାଯାଉଥିବା  ବାଲାଟ ପେପରରେ  ଗୋଟିଏ ଭାରତୀୟ ଭାଷା  ଅନ୍ତର୍ଭୁକ୍ତ କରାଯାଇଛି ।  ହେଲେ ଏହି ଭାଷ ହିନ୍ଦୀ ନୁହେଁ , ବରଂ ବଙ୍ଗାଳୀ । ଆଧିକାରୀଙ୍କ ରିପୋର୍ଟ ଅନୁସାରେ  ପ୍ରାୟ ୨୦୦ରୁ ଅଦିକ ପ୍ରକାର ଭାଷା  କହୁଥିବା ଲୋକ ଅଛନ୍ତି । ନ୍ୟୁୟର୍କରେ ଏକ ବଡ ବଙ୍ଗଳା ଭାଷାଭାଷୀ ସଂପ୍ରଦାୟ  ରହିଛି ।  ଯେଉଁଥିରେ ଭାରତ ସମେତ ବାଂଲାଦେଶର ଲୋକ ମଧ୍ୟ ରହିଛନ୍ତି । ନ୍ୟୁୟର୍କ ସ୍ଥିତ  ଟାଇମ୍ସ ସ୍କୋୟାରରେ ସେଲ୍ସ ଏଜେଣ୍ଟ ଭାବେ କାର‌୍ୟରତ ମୂଳ ବାରତୀୟ – ବଙ୍ଗାଳୀ ସୁଭଶେଷ ନିର୍ବାଚନ ବୋର୍ଡର ଏହି ପଦେକ୍ଷପକରୁ  ସ୍ୱାଗତ କରିଛନ୍ତି ।  ସେ କହିଛନ୍ତି ମୋ ଭଳି ଲୋକମାନେ ଇଂରାଜୀ ଜାଣନ୍ତି ।   ହେଲେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ଆମ ମୂଳ ଭାଷାରେ  ଅଧିକ ଆଶ୍ୱସ୍ଥ ।  ଏଭଳି  ପରିବର୍ତ୍ତନ  ଭୋଟ ପ୍ରକ୍ରିୟାକୁ  ଅଧିକ ସହଜ ଓ ସୁଗମ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking