ପୁରୀ : ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥର ଚକ ସଂଖ୍ୟା ଯଥାକ୍ରମେ ୧୬, ୧୪ ଏବଂ ୧୨ ଟି ଲେଖାଏଁ ଥିଲା । ଯାହାକି ଆଜି ମଧ୍ୟ ସମାନ ଅଛି । ନଦୀ କୂଳରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବ୍ୟବହୃତ ହେଉଥିବା ରଥ ଗୁଡିକ ଆକାରରେ ବଡ ଏବଂ ଚାରି ଚକ ବିଶିଷ୍ଟ ଥିଲା । ବଡ ଦେଉଳଠୁ ବଡଗଣ୍ଡି ପର୍ଯ୍ୟନ୍ତ ଦୂରତାକୁ ବଡ ଦାଣ୍ଡ କୁହାଯାଉଥିଲା ।ଏବଂ ନଦୀ ଆର ପାରିରୁ ଶ୍ରୀ ଗୁଣ୍ଡିୁଚାକୁ ଗୁଣ୍ଡିଚା ମନ୍ଦିରର ଦୂରତାକୁ ଶରଧାବାଲି ବୋଲି କୁହାଯାଉଥିଲା । କିଛି ଐତିହାସିକଙ୍କ ଅନୁସାରେ ପର୍ଶୁକାଶ୍ୱେରୀ ବୋଲି ଜଣେ ରାଜା ଥିଲେ , ସେ ଦୁଇ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ । କିନ୍ତୁ ଅତ୍ୟାଧିକ ବର୍ଷା କାରଣରୁ ରଥଯାତ୍ରା ଅନୁଷ୍ଠିତ କରିପାରି ନ ଥିଲେ । ଅନ୍ୟ କିଛି ଐତିହାସିକଙ୍କ ମତରେ ଚୋଡଗଙ୍ଗଦେବ ୧୨୫ ହାତ ବିଶିଷ୍ଟ ଏହି ମନ୍ଦିର ନିର୍ମାଣ କରିଥିଲେ । ରଥର ଉଚ୍ଚତା ୩୨ ହାତ ଥିଲା । ଯେହେତୁ ମୂର୍ତ୍ତିର ଆକାର ବହୁତ ଛୋଟ ଥିଲା । ରଥକୁ ୬ଟି ହାତୀ ଟାଣୁଥିଲେ । ଏହି ସମୟରେ ୬ ଟି ରଥର ନିର୍ମାଣ କରାଯାଉଥିଲା । ହାତୀଙ୍କ ବ୍ୟତୀତ ରାଜା କଶ୍ୟପ ସେବକ ମାନେ ରଥ ଟାଣିବା କାମ କରୁଥିଲେ । ରଥ ନିର୍ମାଣ ଲାଗି କିଛି ଦକ୍ଷ କାରିଗର ରାଜା ରାଘବ ଦେବ ଆମନ୍ତ୍ରଣ କରିଥିଲେ । ସେମାନଙ୍କୁ ‘ରଥକାର’ ବୋଲି କୁହାଯାଉଥିଲା ।ସେମାନେ ମଧୁପୁର ପାଟଣାର ଚୁଡଙ୍ଗ ସାହିରେ ରହୁଥିଲେ । ଡାକ୍ତର ନୀଳକାନ୍ତ ମିଶ୍ର ଓଡିଶାର ଜଣେ ପ୍ରମୁଖ ଐତିହାସିକଙ୍କ ଅନୁସାରେ ମାଧବ ଚର୍ଯ୍ୟ ନାମକ ଜଣେ ବୈଷ୍ଣବ ବିଦ୍ୱାନ ୧୯୭୦ ମସିହାରେ ଓଡିଶା ଭ୍ରମଣରେ ଆସିଥିଲେ । ଏବଂ ସେ ଏହି ୬ଟି ରଥର ତୀବ୍ର ସମାଲୋଚନା କରିଥିଲେ । ତାଙ୍କ ଅନୁସାରେ ଯଦି ଥରେ ଭଗବାନଙ୍କୁ ରଥ ଉପରେ ବିରାଜ ମାନ କରାଯାଏ ତା ହେଲେ ଲକ୍ଷ ସ୍ଥଳରେ ନ ପହଁଚିବା ପର୍ଯ୍ୟନ୍ତ ତାଙ୍କୁ ଓହ୍ଲାଇବା ଅନୁଚିତ । ରାଜା ଭାନୁଦେବ ଯିଏକି ଅନଙ୍ଗଭୀମ ଦେବ ଦଙ୍କ ପୁତ୍ର ଥିଲେ । ନଦୀକୁ ବାଲି ପକାଇ ପୋତି ଦେଇଥିଲେ । ଜଗନ୍ନାଥ ସଂସ୍କୃତିର ଅନେକ ବିଦ୍ୱାନମାନେ ଏହି ତଥ୍ୟ ସହ ସହମତ ହୁଅନ୍ତି ।ନବମ ଶତାବ୍ଦୀର କବି ମୁରାଡି ମିଶ୍ର । ତାଙ୍କର ସଂସ୍କୃତ ନାଟକ ଅନଙ୍ଗ ରାଘବରେ ଭଗବାନ ଜଗନ୍ନାଥଙ୍କ ଖୁସି ପାଇଁ ଏକ ବିଶିଶ୍ଟ ରଥ ଯାତ୍ରା ଅନୁଷ୍ଠିତ ହେବାର ବର୍ଣ୍ଣନା କରିଥିଲେ । ଅନେକ ଇତିହାସ ଥିବା ସତ୍ତ୍ୱେ ମଧ୍ୟ ଶ୍ରୀ କ୍ଷେତ୍ରର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ ।