ଇମ୍ଫାଲ: ମଣିପୁରର ସର୍ବପୁରାତନ ଉଗ୍ରବାଦୀ ସଂଗଠନ ଭାବେ ମାନ୍ୟତାଲାଭ କରିଥିବା ୟୁଏନ୍ଏଲଏଫ୍ (ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟ) ପକ୍ଷରୁ କେନ୍ଦ୍ର ସରକାରଙ୍କ ସହ ଏକ ଶାନ୍ତି ରାଜିନାମା ସ୍ୱାକ୍ଷରିତ ହୋଇଛି । ବୁଧବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିବାବେଳେ ୟୁଏନଏଲଏଫ୍ ସଂଗଠନର ଶତାଧିକ ଉଗ୍ରପନ୍ଥୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି ।
ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏହି ଉଗ୍ରପନ୍ଥୀମାନେ ଶପଥ ନେଇଛନ୍ତି । ଅପରପକ୍ଷରେ ଆତ୍ମସମର୍ପଣ କରିଥିବା ଉଗ୍ରପନ୍ଥୀଙ୍କୁ ଜୀବିକା ନିର୍ବାହ ପାଇଁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି ।