17.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍ ପାଇଁ ଭାରତ ଉପରେ ରୋକ୍ ଲଗାଇପାରେ ଆମେରିକା

ରୁଷ୍ ପାଇଁ ଭାରତ ଉପରେ ରୋକ୍ ଲଗାଇପାରେ ଆମେରିକା

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ରୁଷ୍ ଉପରେ ଏବେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଇ ଚାଲିଛି ଆମେରିକା । ଏହି ପରିପ୍ରେକ୍ଷୀରେ ରୁଷ୍ ଭାରତର ପୁରୁଷ ବନ୍ଧୁ ହୋଇଥିବା ବେଳେ ଭାରତ ମଧ୍ୟ ରୁଷ୍‌କୁ ପରୋକ୍ଷ ଭାବେ ସମର୍ଥନ କରୁଛି । ଭାରତ-ରୁଷ୍ ସମ୍ପର୍କକୁ ନେଇ ଆମେରିକା ମଧ୍ୟ ବିଭିନ୍ନ ସମୟରେ ନାନା ମତମନ୍ତବ୍ୟ ଦେବା ସହ ପୂର୍ବରୁ ଭାରତ ଉପରେ ବହୁ କ୍ଷେତ୍ରରେ ରୋକ୍ ଲଗାଇଥିଲା । ଯେପକରିକି ଭିସା ପ୍ରସଙ୍ଗ ।
ସେହିପରି ଏବେ ୟୁକ୍ରେନ୍‌କୁ ସହଯୋଗ ନେଇ ଜାତିସଂଘରେ କରାଯାଇଥିବା ଭୋଟିଂରେ ଭାରତ କାହାର ପକ୍ଷ ନେଇନଥିଲା । ଏହାସହ ଭୋଟ୍ ମଧ୍ୟ ଦେଇନଥିଲା । ଯେଉଁଥିରେ କ୍ଷୁବ୍ଧ ହୋଇଛି ଆମେରିକା । ରୁଷ୍ ଠାରୁ ତୈଳ, କୋଇଲା ଓ ଗ୍ୟାସ୍ ଆମଦାନୀ ଉପରେ ଆମେରିକା ରୋକ୍ ଲଗାଇଥିବା ବେଳେ ଏବେ ଭାରତ ରୁଷ୍ ଠାରୁ ଏସ୍‌-୪୦୦ ମିଶାଇଲ୍ କିଣିଥିବାରୁ ଭାରତକୁ ମାତ୍ ଦେବା ପାଇଁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧ ଲଗାଇବା ପାଇଁ ଆମେରିକା ବିଚାର କରୁଛି । ଆମେରିକାର ସିଏଏଟିସିଏ (କାଉଣ୍ଟରିଂ ଆମେରିକାସ୍ ଆଡ୍‌ଭର୍ସାରିଜ୍ ଥ୍ରୁ ସାଂକ୍‌ସନ୍ ଆକ୍ଟ) ଆଇନ ଅନୁସାରେ ଏହି ପ୍ରତିବନ୍ଧ ଲଗାଇବାକୁ ଆମେରିକା ଯୋଜନା କରୁଛି । ତେବେ ଏହାକୁ ଭିତ୍ତି କରି ଆମେରିକା ରିପବ୍ଲିକାନ୍‌୍‌ର ଜଣେ ସାଂସଦ ଜୋବାଇଡେନ୍ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଯେ, ରୁଷ-ୟୁକେନ୍ଦ୍ର ଯୁଦ୍ଧ ସମୟରେ ଭାରତ ଉପରେ ରୋକ୍ ଲଗାଇବା ମୁର୍ଖତାର ପରିଚୟ ହେବ ।
ପିଟିଆଇ ତଥ୍ୟ ଅନୁସାରେ ସାଂସଦ ଟେଡ୍ କ୍ରୁଜ୍ କହିଛନ୍ତି ଯେ, ଭାରତ; ଆମେରିକାର ଏକ ମହତ୍ତ୍ୱପୂର୍ଣ୍ଣ ସହଯୋଗୀ । ଏଭଳି ସ୍ଥିତିରେ ରୁଷ୍ ଠାରୁ ଭାରତ କିଣିଥିବା ଏସ୍‌-୪୦୦ ମିସାଇଲ୍‌କୁ ଭିତ୍ତି କରି ଭାରତ ଉପରେ ସିଏଏଟିଏସ୍‌ଏ କାନୁନ୍ ଅନୁଯାୟୀ ପ୍ରତିବନ୍ଧ ଲଗାଇବା ବୁଦ୍ଧିମାନ୍‌ର ପରିଚୟ ହେବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking