32.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଜାତିସଂଘର ଚିନ୍ତାବ୍ୟକ୍ତ; ଖାଦ୍ୟ ଗୋଦାମରେ ଭଙ୍ଗାରୁଜା ଓ ଲୁଟ୍‌

ଜାତିସଂଘର ଚିନ୍ତାବ୍ୟକ୍ତ; ଖାଦ୍ୟ ଗୋଦାମରେ ଭଙ୍ଗାରୁଜା ଓ ଲୁଟ୍‌

ଜେରୁଜେଲମ: ଯୁଦ୍ଧବିଧ୍ୱସ୍ତ ପାଲେଷ୍ଟାଇନ୍ ଅଞ୍ଚଳରେ ହଜାର ହଜାର ଲୋକ ଖାଦ୍ୟ ଗୋମାଦରେ ପଶି ଭଙ୍ଗାରୁଜା କରିବା ଫଳରେ ଗାଜାରେ ସାଧାରଣ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଆରମ୍ଭ ହୋଇଛି ବୋଲି ଜାତିସଂଘ ରବିବାର ଚେତାବନୀ ଦେଇଛି । ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ପାଇଁ ବିଭିନ୍ନ ଗୋଦାମରେ ଗଚ୍ଛିତ ଗହମ, ଅଟା ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜାତିସଂଘ ରିଲିଫ୍ ଏଜେନ୍ସି (ୟୁଏନ୍‌ଆର୍‌ଡବ୍‌ଲ୍ୟୁଏ) କହିଛି । ଆର୍‌ଡବ୍‌୍‌ଲ୍ୟୁଏ ଗାଜା ମୁଖ୍ୟ ଥୋମାସ୍ ହ୍ୱାଇଟ୍ କହିଛନ୍ତି, ତିନି ସପ୍ତାହର ଯୁଦ୍ଧ ଏବଂ କଠୋର ଘେରାବନ୍ଦୀ ପରେ ଆରମ୍ଭ ହୋଇଥିବା ନାଗରିକ ଶୃଙ୍ଖଳା ଭଙ୍ଗ ଏକ ଚିନ୍ତାଜନକ ସଙ୍କେତ । ଅକ୍ଟୋବର ୨୧ରେ ଇଜିପ୍ଟ ସୀମା ପାର୍‌ହୋଇ ଗାଜାରେ ପହଞ୍ଚିଥିବା ମାନବୀୟ ସହାୟତା ଗାଜାର କେନ୍ଦ୍ରୀୟ ସହର ଦେଇର ଅଲ୍‌-ବାଲାହର ଏକ ଗୋଦାମରେ ଗଚ୍ଛିତ ରଖାଯାଇଥିଲା । ୟୁଏନ୍‌ଆର୍‌ଡବ୍ଲ୍ୟୁ କହିଛି, ହଜାର ହଜାର ଲୋକ ଗାଜାର ମଧ୍ୟ ଓ ଦକ୍ଷିଣାଞ୍ଚଳରେ ଥିବା ଅନେକ ଜାତିସଂଘ ଗୋଦାମ ଓ ବିତରଣ କେନ୍ଦ୍ରରେ ପଶି ଗହମ ଅଟା ସମେତ ଅନ୍ୟାନ୍ୟ ମୌଳିକ ଓ ସ୍ୱାସ୍ଥ୍ୟ ସାମଗ୍ରୀ ଆଦି ଲୁଟି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking