26.1 C
Bhubaneswar
Friday, October 18, 2024
Homeଅପରାଧସମ୍ପର୍କରେ କଳଙ୍କ ଲଗାଇଲା କାକା, ଶେଷରେ ନାବାଳିକା ଝିଆରୀ ସହ....

ସମ୍ପର୍କରେ କଳଙ୍କ ଲଗାଇଲା କାକା, ଶେଷରେ ନାବାଳିକା ଝିଆରୀ ସହ….

ମୟୁରଭଞ୍ଜ : କାକା ଓ ଝିଆରୀ ପରି ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ନାବାଳିକା ଝିଆରୀକୁ ବୁଲାଇ ନେବା ବାହାନାରେ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଛି ସମ୍ପର୍କୀୟ କାକା । ଏପରି ଏକ ଅମାନବୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିନସ୍ଥ ଏକ ଗାଁରେ । ଏ ସମ୍ପର୍କରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କାକା ରାମେଶ୍ୱର ଦେହୁରୀକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ଗତ ମଇ ମାସ ୩୦ ତାରିଖ ଦିନ ସାତ ବର୍ଷର ଜନୈକା ନାବାଳିକାଙ୍କ ସହିତ ପରିବାର ଲୋକେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ଜଣେ ସମ୍ପର୍କୀୟ କକା ଘର ଗ୍ରାମକୁ ଆସିଥିଲେ । ତେବେ ଗତକାଲି ଅପରାହ୍ନ ୩ଟା ସମୟରେ ସାତ ବର୍ଷର ନାବାଳିକା ଜଣକ କାକା ରାମେଶ୍ୱରଙ୍କ ସହିତ ବୁଲିବା ପାଇଁ ଯାଇଥିଲେ । ତେବେ ରାମେଶ୍ୱର ଏକୁଟିଆର ସୁଯୋଗ ନେଇ ଗାଁ ନିକଟସ୍ଥ ନଦୀ କୂଳରେ ନାବାଳିକା ଝିଆରୀକୁ ଜୋର ଜବରଦସ୍ତ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିଲା ।

ଏଥି ସହିତ ନିକଟସ୍ଥ ଜଙ୍ଗଲରେ ନାବାଳିକାର ମୃତଦେହକୁ ଫିଙ୍ଗି ଦେଇଥିଲା । ତେବେ ନାବାଳିକା ଜଣକ ଦୀର୍ଘ ସମୟ ଧରି ଘରକୁ ନଆସିବାରୁ ପରିବାର ଲୋକେ ଓ ଗ୍ରାମବାସୀ ମାନେ ଖୋଜାଖୋଜି କରିଥିଲେ । ପରେ ଜଙ୍ଗଲ ମଧ୍ୟରେ ଉଲଗ୍ନ ଅବସ୍ଥାରେ ନାବାଳିକାର ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବାରୁ ସମ୍ପର୍କୀୟ ରାମେଶ୍ୱର ଦେହୁରୀ ସହିତ ନାବାଳିକା ଜଣକ ଥିବା ନେଇ ଜଣାପଡ଼ିଥିଲା । ଏନେଇ ଅଭିଯୁକ୍ତ ରାମେଶ୍ୱରକୁ ପଚାରିବାରୁ ସେ ଘଟଣା ବାବଦରେ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ୱୀକାର କରିଥିଲା । ତେବେ ଏନେଇ ନାବାଳିକାଙ୍କ ପରିବାର ଲୋକେ କୁଳିଅଣା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କୁଳିଅଣା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ରାମେଶ୍ୱର ଦେହୁରୀକୁ ଗିରଫ କରିଥିଲା । ଅଧିକ ପଚରାଉଚରା ପରେ ରାମେଶ୍ୱର ଦେହୁରୀକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking