19.1 C
Bhubaneswar
Sunday, November 24, 2024
Homeଓଡିଶାଅଶାନ୍ତ ଖଣି ଅଂଚଳ ଶାନ୍ତ ହେଲା 

ଅଶାନ୍ତ ଖଣି ଅଂଚଳ ଶାନ୍ତ ହେଲା 

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଅଞ୍ଚଳ ରେ ଡ୍ରାଇଭ ମହା ସଙ୍ଘ ପକ୍ଷରୁ ଲୋଡିଂ କେନ୍ଦ୍ର କରି ଚାଲିଥିବା ଅନ୍ଧୋଲନ 3ଦିନ ପରେ ଅବସାନ ଘଟିଛି l ଜିଲ୍ଲା ପୋଲିପ୍ରଶାସନ ହସ୍ତ କ୍ଷେପ ଫଳରେ ସମାଧାନ ହୋଇଛି ଶନିବାର ଟାଟା ପାର୍କିଂୟାର୍ଡରେ ମହାସଂଘ ମେଳି ଦେଖିବାକୁ ମିଳି ଥିଲା l ଉପତ୍ୟକା ରେ ଥିବା ଟାଟା ଖଣି କର୍ତ୍ତୃ ପକ୍ଷ ମନ ମାନି କୁ ପ୍ରତି ବାଦ କରି ଟ୍ରକ ଡ୍ରାଇଭର ମହାସଂଙ୍ଘ ପରି ବହନ କାର୍ଯ୍ୟ କୁ ଠପ କରି ଥିଲେ ଉତେଜନା ପ୍ରକାଶ ପାଇ ଥିବା ରୁ 3ସ୍ୱେକ୍ସେନ ସଶସ୍ତ୍ର ପୋଲିସ ମୁତ୍ତୟନ କରାଯାଇ ଥିଲା
ଟାଟା ଗ୍ରୁପ୍‌ ଟିଏସ୍‌ଏମ୍‌ଏଲ୍‌ ସୁକିନ୍ଦା କ୍ରୋମାଇଟ୍‌ ଖଣି ଟ୍ରକ୍‌ ପାର୍କିଂୟାର୍ଡରେ ଆଜି ସକାଳୁ ୫ ଘଣ୍ଟା ଧରି ଡ୍ରାଇଭର ମହାସଂଘ ମେଳି ଦେଖିବାକୁ ମିଳିଥିଲା। ଏଥିରେ ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଗଞ୍ଜାମ, ଭଦ୍ରକ ଇତ୍ୟାଦି ଜିଲ୍ଲାର ପ୍ରତିନିଧିତ୍ବ ଦେଖିବାକୁ ମିଳିଥିଲା। ଡ୍ରାଇଭର ମହାସଂଘର ଆନ୍ଦୋଳନ ପାଇଁ ତିନିଦିନ ଧରି ଟାଟା ଗ୍ରୁପ୍‌ ଟିଏସ୍‌ଏମ୍‌ଏଲ୍‌ ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ କ୍ରୋମ୍‌ ପରିବହନ ବାଧାପ୍ରାପ୍ତ ହୋଇଛି। ଏପରିକି ଡ୍ରାଇଭର ହରତାଳ ପାଇଁ ସମଗ୍ର ଖଣିଅଞ୍ଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା।

ଉକ୍ତ ପ୍ରସଙ୍ଗକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବର ସହ ଗ୍ରହଣ କରିଛି। ଏସ୍‌ପି ରାହୁଲ ପିଆର୍‌ଙ୍କ ନିର୍ଦେଶରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାଉରିବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର କାଳିଆପାଣି ଥାନାରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ସମାଧାନର ସୂତ୍ର ବାହାରି ପାରିଛି। ବୈଠକ ପରେ ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ଓହରିଯାଇ ଆଜିଠୁ ପୂର୍ବବତ୍ କ୍ରୋମ୍‌ ପରିବହନରେ ସହଯୋଗ କରିବ ବୋଲି ସହମତିଦେଇ ଇଥିଲେ । ବୈଠକରେ ସୁକିନ୍ଦା ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ, ଟମକା ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର, ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର ଓ ଭରତ ଚନ୍ଦ୍ର ମହାନ୍ତ , ଡ୍ରାଇଭର ମହାସଂଘ ପ୍ରତିନିଧି ଶମ୍ଭୁନାଥ ମହାନ୍ତ, ବସନ୍ତ କୁମାର ମହାନ୍ତ, ଅନିରୁଦ୍ଧ ମଲ୍ଲିକ, ତାରାକାନ୍ତ ଜେନା ଓ ରବୀନ୍ଦ୍ର କୁମାର ମହାନ୍ତ, କୃତିବାସ ଭଞ୍ଜ ଓ ସରୋଜ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନା‌ରେ ସାମିଲ ଥିଲେ। ସମାଧାନ ସ୍ବରୂପ ଗତ ୩୧ ତାରିଖରୁ ଖଣିର ପାର୍କିଂୟାର୍ଡ ସିରିଆଲ୍‌ରେ ଥିବା ୧୮୫ଟିଯାକ ଟ୍ରକ୍‌କୁ ସେହି ପାର୍କିଂୟାର୍ଡ ମଧ୍ୟ‌ରେ ଏଣ୍ଟ୍ରି ଆଉଟ୍‌ କରାଯାଇ ପରିବହନ ଆରମ୍ଭ ହେବାର ଦୁଇଦିନ ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ ଲୋଡିଂ ଦିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking