14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଆତଙ୍କୀ ସେଲ୍‌ର ପର୍ଦ୍ଦାଫାସ; ଭାରତ ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ର

ଆତଙ୍କୀ ସେଲ୍‌ର ପର୍ଦ୍ଦାଫାସ; ଭାରତ ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା ଦ୍ୱାରା ଅନୁପ୍ରାଣିତ ହୋଇ ଭାରତରେ ଚାଲିଥିବା ଗୋଟିଏ ଆତଙ୍କୀ ସେଲର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଟେରର ମଡ୍ୟୁଲର ଫର୍ଦ୍ଦାଫାସ କରି ୧୪ ଜଣଙ୍କୁ ଗିରଫ କରିଛି । ଝାରଖଣ୍ଡ, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ପୁଲିସ ସହ ମିଶି ଭାରତ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ । ଏହି ସେଲର ସଦସ୍ୟମାନେ ଭାରତରେ ବଡ଼ଧରଣର ଆତଙ୍କବାଦୀ ହମଲା ପାଇଁ ମସୁଧା କରୁଥିଲେ ।

ଭାରତକୁ ଦୋହଲାଇ ଦେବା ଭଳି କାମ କରିବା ଏମାନଙ୍କର ଲକ୍ଷ୍ୟ ଥିଲା । ଦିଲ୍ଲୀ ପୁଲିସ ଗୋଟିଏ ବିବୃତିରେ କହିଛି ଯେ ଏହି ଟେରର ମଡ୍ୟୁଲ ବା ସେଲର ନେତୃତ୍ୱ ରାଞ୍ଚିରେ ଥିବା ଡାକ୍ତର ଇସ୍ତିୟାକ ନେଉଥିଲା । ଭାରତ ଭିତରେ ବଡ଼ବଡ଼ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ଏହି ସେଲର ଲକ୍ଷ୍ୟ ରହିଥିଲା । ସେଲର ସଦସ୍ୟମାନଙ୍କୁ ବନ୍ଧୁକ ଚାଳନା ଠାରୁ ବିଭିନ୍ନ ପ୍ରକାରର ଆତଙ୍କବାଦ କାର୍ଯ୍ୟକଳାପର ତାଲିମ ବିଭିନ୍ନ ସ୍ଥାନରେ ଦିଆଯାଉଥିଲା । ପ୍ରଥମେ ଦିଲ୍ଲୀ ପୁଲିସକୁ ଆତଙ୍କୀ ସେଲ ସମ୍ପର୍କରେ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା । ସେଲର ଉଦ୍ଦେଶ୍ୟ ଓ ଠିକଣା ଜଣାପଡ଼ିବା ପରେ ଅପରେସନ ଆରମ୍ଭ କରାଯାଇଥିଲା । ଦିଲ୍ଲୀ ପୁଲିସ ଖବର ପାଇବା ପରେ ଝାରଖଣ୍ଡ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ପୁଲିସ୍ ସହ ଯୋଗାଯୋଗ କରିଥିଲେ । ଏମାନଙ୍କ ସହ ମିଶି ଟେରର ସେଲର ପର୍ଦ୍ଦାଫାସ କରିଥିଲା । ଅପରେସନ ବେଳେ ରାଜସ୍ଥାନର ଭିୱାଡି ଠାରୁ ୬ ଜଣ ଧରାପଡ଼ିଥିଲେ । ଏଠାରେ ଏମାନଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବାର ତାଲିମ ଦିଆଯାଉଥିଲା । ଏହାପରେ ଝାରଖଣ୍ଡ ଓ ଉତ୍ତର ପ୍ରଦେଶରୁ ୮ ଜଣଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking