29.1 C
Bhubaneswar
Friday, October 18, 2024
Homeଓଡିଶାସମୁଦ୍ରରେ ବୁଡି ପର୍ଯ୍ୟଟକ ମୃତ

ସମୁଦ୍ରରେ ବୁଡି ପର୍ଯ୍ୟଟକ ମୃତ

ପୁରୀ : ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ସ୍ନାନ ବେଳେ ବୁଡିଯାଇ ଜଣେ ପର୍ଯ୍ୟକଙ୍କ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ ବାନାର୍ଜୀ । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଲାଇଟ୍ ହାଉସ୍ ନିକଟ ବିର୍ଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ଗାଧାଉଥିଲେ ଅର୍ଚ୍ଚିତ ବାନାର୍ଜୀ । ସେହି ସମୟରେ ଅର୍ଚ୍ଚିତ ସମୁଦ୍ର ସୁଅରେ ଭିତରକୁ ପଳାଇ ଗଭୀର ପାଣିରେ ବୁଡି ଯାଇଥିଲେ । ଏହା ଦେଖି ନିକଟରେ ଥିବା ଲୋକେ ତୁରନ୍ତ ଲାଇଫ ଗାର୍ଡଙ୍କୁ ଖବର ଦେଇଥିଲେ । ଏକ ଘରୋଇ ଲାଇଫ୍ ଗାର୍ଡ ଘଟଣା ସ୍ଥଳରେ ପହଞ୍ଚି ଅର୍ଚ୍ଚିତଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ଚିକିତ୍ସା ଲାଗି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେହିପରି ସମୁଦ୍ରକୂଳର ସେକ୍ଟର ୬ ଓ ୭ରେ ଅନ୍ୟ ଜଣେ ପର୍ଯ୍ୟଟକ ଗାଧୋଉଥିବା ସମୟରେ ରିପ୍ କରେଣ୍ଟରେ ସମୁଦ୍ର ଭିତରକୁ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନେ ଚିତ୍କାର କରିବାରୁ ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking