27.1 C
Bhubaneswar
Friday, July 5, 2024
Homeଦେଶ ବିଦେଶବାଇଡେନ୍ ସରକାରଙ୍କ ଧମକ, ବ୍ୟାନ୍ ହେବ ଟିକ୍‌ଟକ୍ !

ବାଇଡେନ୍ ସରକାରଙ୍କ ଧମକ, ବ୍ୟାନ୍ ହେବ ଟିକ୍‌ଟକ୍ !

ନୂଆଦିଲ୍ଲୀ: ଚୀନ୍ ଉପର ଟେକ୍ନିକାଲ୍ ଷ୍ଟ୍ରାଇକ୍ କରିବ ଆମେରିକା । ଚୀନର ସୋସିଆଲ୍ ମିଡିଆ ଭିଡିଓ ପ୍ରସ୍ତୁତକାରୀ ଆପ୍ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି ଆମେରିକା । ଚୀନ୍ କମ୍ପାନୀଗୁଡିକ ଆମେରିକା ୟୁଜର୍ସଙ୍କ ଡାଟା ଚୀନ୍ ସରକାରଙ୍କୁ ପଠାଉଥିବା ସନ୍ଦେହ କରିଛି ବାଇଡେନ ସରକାର । ଏହାକୁ ଦୃଷ୍ଟିରେ ରଖି ଆମେରିକା ଚୀନ୍ ଆପ୍ ଟିକ୍‌ଟକ୍ ଦେଶରେ ବ୍ୟାନ୍ କରିବାକୁ ଧମକ ଦେଇଥିବା ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ପ୍ରକାଶ କରିଛି । ତେବେ ଆମେରିକାର ଏହି ନିଷ୍ପତ୍ତି ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲେ । ମାତ୍ର ଏହା ଜୋ ବାଇଡେନଙ୍କ ସରକାରରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଭାରତ ଏହି ଆପ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ସାରିଥିବା ବେଳେ ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ଦେଶଗୁଡିକ ଏହି ଆପକୁ ସରକାରୀ ଫୋନରୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଛନ୍ତି ।

କିଛିଦିନ ତଳେ ଆମେରିକା ଆକାଶରେ ଚୀନ୍ ଗୁପ୍ତଚର ବେଲୁନ୍ ଘୁରି ବୁଲୁଥିଲା । ଏହାପରେ ଆମେରିକା ସେନା ଏହାକୁ ନଷ୍ଟ କରିଥିଲା । ମାତ୍ର ଚୀନ୍ର ଏପରି କାର୍ଯ୍ୟକଳାପରେ ସନ୍ଦେହ ପ୍ରକଟ କରିଥିଲା ଆମେରିକା । ଦେଶର ଏଙଚ କଂଗ୍ରେସ କର୍ମୀ ତଥା ସେହି କମିଟିର ସଭାପତି ମାଇକେଲ ମ୍ୟାକା୍‌ଉଲ କହିଛନ୍ତି ଯେ, ଟିକ୍‌ଟକ୍ ଆପଣଙ୍କ ଫୋନରେ ଗୁପ୍ତଚର ବେଲୁନ୍ ଭଳି ଅଟେ । ଏହି ମାସ ଆରମ୍ଭରେ ଟିକ୍‌ଟକ୍ ଏକ ଡାଟା ସୁରକ୍ଷା ପ୍ଲାନ୍ ଘୋଷଣା କରିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଏହା ସମଗ୍ର ୟୁରୋପରେ ବ୍ୟବହାରକାରୀଙ୍କ ତଥ୍ୟକୁ ସୁରକ୍ଷା ଦେବ । ଏହି ପଦକ୍ଷେପର ନାମ ହେଲା ‘ପ୍ରୋଜେକ୍ଟ କ୍ଲୋଭର’ । ଯେଉଁଥିରେ ତଥ୍ୟ ଆୟର୍ଲାଣ୍ଡ ଏବଂ ନରୱେର ସର୍ଭରରେ ଗଚ୍ଛିତ ହେବ ଏବଂ ଏକ ଥାର୍ଡ-ପାର୍ଟି ଆଇଟି କମ୍ପାନୀ ଯେତେବେଳେ ୟୁରୋପ ବାହାରକୁ ଯିବ ସେତେବେଳେ ତଥ୍ୟ ଯାଞ୍ଚ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking