ଭୁବନେଶ୍ୱର: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଅବସରରେ ମୋଦିଙ୍କ ବକ୍ତବ୍ୟ । ସେ କହିଛନ୍ତି, ଏହିଭଳି ପ୍ରେରଣାଦାୟୀ ଉଦବୋଧନ ପାଇଁ ରାଷ୍ଟ୍ରପତିଙ୍କୁ କୃତଜ୍ଞତା । ରାଷ୍ଟ୍ରପତିଙ୍କ ଉଦବୋଧନ ଦେଶକୁ ନୂଆ ଦିଗ ଦେଖାଇବ । ଆରମ୍ଭରୁ ହିଁ ବିରୋଧୀଙ୍କ କଡା ସମାଲୋଚାନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି । ଅପଣମାନେ ମୋସ୍ୱର ଦବାଇ ପାରିବେନି ବୋଲି କହିଲେ ମୋଦି । ଏ ସ୍ୱର ମୋତେ ଦେଶବାସୀ ଦେଇଛନ୍ତି ଦବାଇ ପାରିବେନି । କଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍ ଡେଟେଡ୍ ହୋଇଗଲାଣି ବୋଲି ରାଜ୍ୟସଭାରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।