35.1 C
Bhubaneswar
Wednesday, April 1, 2026
Homeଅପରାଧଆଖିବୁଜା ଛୁରାମାଡ଼ କଲା ଦୁର୍ବୃତ୍ତ : ୩ ମୃତ

ଆଖିବୁଜା ଛୁରାମାଡ଼ କଲା ଦୁର୍ବୃତ୍ତ : ୩ ମୃତ

ନୂଆଦିଲ୍ଲୀ : ପଶ୍ଚିମ ଜର୍ମାନୀର ସୋଲିଙ୍ଗନ ଠାରେ ଘଟିଛି ଅଭାବନୀୟ ଘଟଣା। ଚାଲିଥିଲା ପାର୍ଟି ଠିକ୍‌ ଏତିକି ବେଳେ ଛୁରୀ ଧରି ପାର୍ଟି ଭିତରେ ପଶିଲା ଦୁର୍ବୃତ୍ତ। ଲୋକଙ୍କ ଉପରେ କଲା ଆଖିବୁଜା ଛୁରାମାଡ଼। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମ ଜର୍ମାନୀର ସହର ସୋଲିଙ୍ଗନ ଠାରେ ଏକ ବାର୍ଷିକ ଉତ୍ସବକୁ ନେଇ ପାର୍ଟି ଚାଲିଥିଲା। ଏତିକି ବେଳେ ଜଣେ ଦୁର୍ବୃତ୍ତ ଛୁରୀ ଧରି ଉକ୍ତ ପାର୍ଟିରେ ପ୍ରେବଶ କରିଥିଲା। କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ଜଣକ ଲୋକଙ୍କ ଉପରକୁ ଆଖିବୁଜା ଛୁରାମାଡ଼ କରିଥିଲା। ଜର୍ମାନୀର ଫ୍ରାନହୋମ ଛକ ନିକଟରେ ଏହି ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।ସିଏନ୍‌ଏନ୍‌ର ରିପୋର୍ଟ ମୁତାବକ, ସୋଲିଙ୍ଗନର ୬୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ପାର୍ଟିରେ ଶୁକ୍ରବାର ରାତିରେ ଏହି ଆକ୍ରମଣ ହୋଇଥିଲା। ଘଟଣା ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ତାକୁ ଧରିବା ପାଇଁ ପୂରା ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେସନ୍‌ ଜାରି ରଖିଛି। ନିକଟରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଇଛି। ଏହାକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking