27.1 C
Bhubaneswar
Saturday, October 19, 2024
Homeଓଡିଶାଆଜି ଠାରୁ ବଢ଼ିବ ତାପମାତ୍ରା

ଆଜି ଠାରୁ ବଢ଼ିବ ତାପମାତ୍ରା

ଭୁବନେଶ୍ବର : ପଶ୍ଚିମା ଝଡ଼ ପ୍ରଭାବ ସାରା ରାଜ୍ୟରେ ଲାଗି ରହିଥିବାବେଳେ ରବିବାର ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। କିଛି ଅଞ୍ଚଳରେ ପାଗ ଖରାଟିଆ ରହିଥିବାବେଳେ ଭୁବନେଶ୍ବର, ବାଲେଶ୍ବର, ପାରାଦୀପ, ହୀରାକୁଦ, ନୟାଗଡ଼, ଛତ୍ରପୁର ଏବଂ ରାୟଗଡ଼ାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି।

ପ୍ରାୟ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଏଣିକି ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ,ଖରାରେ ସିଝିବ ସାରା ରାଜ୍ୟ। ୩ଦିନ ମଧ୍ୟରେ ଦିନ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଡହଡହ ଖରାରେ ସିଝିବ ଉପକୂଳରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ଓଡ଼ିଶା। ପରବର୍ତ୍ତୀ ସମୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking