ବୋଗୋଟା: ଆମାଜନ୍ ଜଙ୍ଗଲରୁ ୪୦ ଦିନ ପରେ ଚାରିଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ସେନା ଟିମ୍କୁ କଲମ୍ବିଆ ସରକାର ସମ୍ମାନିତ କରିଛନ୍ତି । ଏହି ମିଶନ୍ର ନାମ ଅପରେସନ୍ ହୋପ୍ ରଖାଯାଇଥିଲା ଏବଂ ଏଥିରେ ସାମିଲ ଯବନା ଓ ଅନ୍ୟ ସଦସ୍ୟଙ୍କୁ ଅର୍ଡର୍ ଅଫ୍ ବୋୟାକା ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହା କଲମ୍ବିଆର ସର୍ବୋଚ୍ଚ ନାଗରିକ ଉପାଧି ହୋଇଥିବା ବେଳେ ଆର୍ମଡ୍ ଫୋର୍ସେସ୍ ପ୍ରଦାନ କରାଯାଉଥିବା ଦ୍ୱିତୀୟ ବଡ଼ ଉପାଧି ।
ପୁରସ୍କାର ପ୍ରଦାନ କରି ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି, ମେଡାଲ୍ କେବଳ ଏକ ସିମ୍ବଲ । ଅସଲ ପୁରସ୍କାର ଜୀବନ ହୋଇଥିବା ଉଦ୍ଧାରକାରୀ ଟିମ୍ ସଦସ୍ୟମାନେ ପ୍ରମାଣ କରିଦେଇଛନ୍ତି । ଏହି ଅପରେସନ୍ରେ ସାମିଲ ସ୍ନିଫର୍ ଡଗ୍ (ସନ୍ଧାନୀ କୁକୁର) ୱିଲ୍ସନ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଜଙ୍ଗଲରେ ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ୱିଲ୍ସନ୍ ଆମାଜନ୍ରେ ହିଁ ନିଖୋଜ ହୋଇଯାଇଥିଲା । ତାକୁ ଖୋଜିବା ପାଇଁ ମଧ୍ୟ ଅପରେସନ୍ ଚଳାଯାଇଥିଲା ।
ତେବେ ୱିଲ୍ସନ୍ ମିଳିନଥିଲା । ୬ ବର୍ଷର ୱିଲ୍ସନ୍ର ଲିଗାସୀକୁ ସ୍ମରଣ କରିବା ନିମନ୍ତେ ଏକ ମନ୍ୟୁମେଣ୍ଟ୍ ନିର୍ମାଣ କରାଯିବ ବୋଲି ରେସ୍କ୍ୟୁ ଅପରେସନ୍ ହେଡ୍ ଜେନେରାଲ୍ ପେଡ୍ରୋ ସାନ୍ତୋଜ୍ କହିଛନ୍ତି ।