ତୂମୁଡିବନ୍ଧ: ମାଓ ଅଞ୍ଚଳକୁ ବାଲିଗୁଡା ବିଧାୟକ ଚକ୍ରମଣି କଂହରଙ୍କ ଅଚାନକ ଗସ୍ତ କରିଛନ୍ତି। କନ୍ଧମାଳ ଜିଲା ତୂମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳ ରଙ୍ଗାପାରୁ ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାକାର ପରିବେଶକୁ ଅତି ନିକଟରୁ ଦେଖିଥିଲେ । ପାହାଡ ପର୍ବତ ଘେରା ବେଲଘର ପଞ୍ଚାୟତ ପ୍ରାକୃତିକ ପରିବେଶରେ ଭରପୁର ରହିଛି । ଏଠାକାର ସବୁଜିମା ଜଙ୍ଗଲ , ଝରଣା କୁଳୁକୁଳୁ ନାଦ, ସୁ ଉଚ୍ଚ ପାହାଡ ଓଡିଶାରେ ପ୍ରସିଦ୍ଧି ଲାଭ କରିଛି । ଏହି ସବୁଜ ବନାନୀ ପାହାଡ ଉପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଛି। ଆଦିବାସୀଙ୍କ ଉନତି ପାଇଁ ଏହି ବାଳିକା ସରକାରୀ ବିଦ୍ୟାଳୟ 2008 ମସିହାରେ ସ୍ଥାପିତ ହୋଇଥିଲା। ତେବେ ବିଦ୍ୟାଳୟ ରେ ଆଦିବାସୀ ଛାତ୍ରୀ ମାନଙ୍କ ମନୋବଳ ବଢାଇବା ପାଇଁ ଏବଂ ପ୍ରାକୃତିକ ପରିବେଶ ଉପରେ ସମ୍ୟକ ଜ୍ଞାନ ଦେବା ଉଦ୍ଦେଶ୍ୟରେ ଭୁଗୋଲ ପାଠ ପଢାଇଥିଲେ ବିଧାୟକ ।
ଭୁଗୋଳ ପାଠର ଉପାଦେୟତା ଆଜିକାଲି ବେଶ ଆବଶ୍ୟକତା ରହିଛି । ଏହା ଦ୍ବାରା ଦୁନିଆ ବିଷୟରେ ଜାଣି ପାରିବେ ବୋଲି ପିଲା ମାନଙ୍କୁ ବିଧାୟକ ବଝାଇଥିଲେ । ପିଲାମାନେ ମଧ୍ୟ ଅତି ସହଜରେ ବିଷୟ ଟିକୁ ବୁଝି ପାରିଥିଲେ । ସୂଚନା ଅଛି ଯେ ବିଧାୟକ ଆଗରୁ ଶିକ୍ଷକତା କରୁଥିଲେ । ଏଣୁ ଶିକ୍ଷା ଦାନ କରିବା ରୁଚିକୁ ସେ ଏଯାବତ ଜାରି ରଖିଛନ୍ତି । ଏହି ରୁଚିବ ସମ୍ପର୍କରେ ବିଧାୟକ ଚକ୍ରମଣି କଂହର ଙ୍କୁ ପଚାରିବାରୁ ସେ ଅତି ସରଳତାର ସହ ଉତର ଦେଇଥିଲେ । ଶିକ୍ଷା ଆଉ ଶିକ୍ଷକ ଉଭୟେ ପରିପୁରକ । ଶିକ୍ଷକ ଥିବା ସମୟରେ ଶିକ୍ଷାଦାନ କରିବା ତାଙ୍କୁ ବେଶ ଭଲ ଲାଗେ । ଆଗକୁ ଏଭଳି ଦୁର୍ଗମ ଅଞ୍ଚଳ କୁ ଯାଇ ଶିକ୍ଷା ଦାନ ଉପରେ ଗୁରୁତ୍ୱ ଦେବି । ପିଲାମାନଙ୍କୁ ପାଠ ପଢାଇବା ରେ ସେ ଆନନ୍ଦ ଲାଭ କରନ୍ତି । ବିଧାୟକ ଙ୍କ ସହ ତୂମୁଡିବନ୍ଧ ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତି ମାଝୀ ଉପସ୍ଥିତ ଥିଲେ ।