20.1 C
Bhubaneswar
Monday, November 18, 2024
Homeଓଡିଶାଚାହା ବିକି ପରିବାର ଚଳାଉଛନ୍ତି ଭିନ୍ନକ୍ଷମ କାଳିଆ

ଚାହା ବିକି ପରିବାର ଚଳାଉଛନ୍ତି ଭିନ୍ନକ୍ଷମ କାଳିଆ

ଭଦ୍ରକ : ଭଗବାନ କୌଣସି ମଣିଷକୁ ସମ୍ପୂର୍ଣ୍ଣ ଭାବେ ପରିପକ୍ୱ କରିନଥିବା ବେଳେ କାହାର ଅକ୍ଷମତା ଯୋଗୁ ତାଙ୍କୁ କୌଣସି ଏକ ସ୍ୱତନ୍ତ୍ର ଶକ୍ତି ଦେଇଥାନ୍ତି । ଶାରୀରିକ ଭାବେ ଜଣେ ଅକ୍ଷମ ତାଙ୍କର ସୃଜନଶୀଳ ଶକ୍ତି ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଭଣ୍ଡାରିପୋଖରୀ ବ୍ଲକ ଚନ୍ଦ୍ରଭାନୁପୁର ଗ୍ରାମର ଶିଶିର ନାୟକ(କାଳିଆ) । କାଳିଆଙ୍କୁ ଏବେ ୪୫ବର୍ଷ ବୟସ ହୋଇଥିବା ବେଳେ ସେ ପ୍ରାୟ ୨୫ବର୍ଷ ହେବ ଭିନ୍ନକ୍ଷମ ଜୀବନ ଅତିବାହିତ କରୁଛନ୍ତି । ତାଙ୍କୁ ୨୦/୨୧ବର୍ଷ ବୟସ ହୋଇଥିବା ବେଳେ ସେ ଚୁଡାକଳରେ କାମ କରୁକରୁ ତାଙ୍କର ଡାହାଣ ହାତଟି ସମ୍ପୂର୍ଣ୍ଣ କଟିଯାଇଥିଲା । ସେବେଠାରୁ ସେ ଭିନ୍ନକ୍ଷମ ଭାବେ ଜୀବନକୁ ସଜାଡ଼ିବା ପାଇଁ ଦୃଢ଼ ସଂକଳ୍ପ ନେଇ ବାଟ ଚାଲିଛନ୍ତି । କାଳିଆଙ୍କ ପରିବାର କହିଲେ ବାପ, ମାଆ, ପତ୍ନୀ ଓ ପୁଅ ଝିଅଙ୍କୁ ମିଶାଇ ଛଅ ପ୍ରାଣୀ ।

ଘର ଡିହକୁ ଛାଡିଦେଲେ ଆଉ କିଛି ନାହିଁ । ପରିବାର ପ୍ରତିପୋଷଣ କରିବା ପାଇଁ ସେ ଗୋଟିଏ ହାତକୁ ଭରସାକରି ପ୍ରଥମେ ଚାହା ଦୋକାନ ଆରମ୍ଭ କରିଥିଲେ । ନିଜସ୍ୱ ପ୍ରଚେଷ୍ଟାରେ ଭଣ୍ଡାରିପୋଖରୀ କାଳୀବଜାରଠାରେ ବ୍ୟାଙ୍କରୁ ଋଣ ଆଣି ଚାହା ଦୋକାନ ପାଇଁ ଘର ତୋଳିଥିବା ବେଳେ ୧୯୯୯ବାତ୍ୟା ତାଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ସେବେଠାରୁ ଆଜି ଯାଏଁ କାଳିଆ ଅନ୍ୟର ଦୋକାନ ପିଣ୍ଢାକୁ ଭରସା କରି ଚାହା ବିକୁଛନ୍ତି । ଭଣ୍ଡାରିପୋଖରୀ ବଜାର ଚାହା କଥା କହିଲେ ପ୍ରଥମେ ମନକୁ ଆସେ କାଳିଆଙ୍କ ଗୋଲମରିଚ ଚାହା ।

ଦୈନିକ ୫୦ଲିଟର କ୍ଷୀରରେ ଚାହା କରୁଥିବା ବେଳେ ଏବେ କରୋନା ପାଇଁ ତାହା କମିଯାଇଥିବା କହିଛନ୍ତି । ତଥାପି ଅନ୍ୟୁନ ଏବେ ୫୦/୬୦ପ୍ୟାକେଟ୍ କ୍ଷୀରରେ ସେ ଚାହା କରୁଥିବା ବେଳେ ସକାଳ ସନ୍ଧ୍ୟାରେ ଚାହା ପାଇଁ ଭିଡ଼ ଲାଗିଥାଏ । ପର ଦୋକାନ ପିଣ୍ଢାରେ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା କାଳିଆଙ୍କ ସ୍ୱପ୍ନ ହେଉଛି ଟି ଷ୍ଟଲ୍ କରିବା । ସରକାର କ୍ଷୁଦ୍ର ଉଠାଦୋକାନୀଙ୍କ ପାଇଁ ଅନେକ ଆର୍ôଥକ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କାଳିଆ ଏଥିରୁ ବଞ୍ଚିତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ କାଳିଆ ନିବେଦନ କରିଛ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking