ଜୟପୁର: ଜୟପୁରରେ ଭୁତ ପ୍ରେତ ଡର ଦେଖାଇ ଶାଶୁ-ବୋହୂ ସହିତ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ତାନ୍ତ୍ରିକ ଜଣକ ରୋଗକୁ ଭୁତ ପ୍ରେତ କହି ଶାଶୁ ବୋହୂଙ୍କୁ ଉଲଗ୍ନ କରି ପୂଜା ପାଠ କରିବା ପାଇଁ କହି ଦୁଷ୍କର୍ମ କରିଛି । ଏମିତି ଘଟଣା ଘଟିଛି ଭାଙ୍କରୋଟା ଥାନା ଅଞ୍ଚଳରେ । ଅଭିଯୋଗ ଲାଗିଛି କି ପରିବାରର ଶାଶୁ-ବୋହୁଙ୍କଠୁ ପୁଜା ପାଠ ନାଁରେ ପ୍ରାୟ ୨୦ ଲକ୍ଷ ଟଙ୍କା ଠକି ନେଇଛି ଭଣ୍ଡ ତାନ୍ତ୍ରିକ ।
ଭାଙ୍କରୋଟା ଥାନା ଅଧିକାରୀ ରବିନ୍ଦ୍ର ପ୍ରତାପ ରିପୋର୍ଟ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ତାନ୍ତ୍ରିକ ୫୦ ବର୍ଷୀୟ ଶାଶୂଙ୍କୁ ରୋଗ ନାଁରେ ବିନା ବସ୍ତ୍ରରେ ପୂଜା କରିବା ବିଧି ଜଣାଇଲା ଏବଂ ପରେ ଦୁଷ୍କର୍ମ କରି ଅଶ୍ଲୀଳ ଭିଡିଓ ଉତ୍ତୋଳନ କଲା । ଏହା ପରେ ତାନ୍ତ୍ରିକ ବୋହୂକୁ ମଧ୍ୟ ନିଜ ଶିକାର କଲା । ବୋହୂକୁ ମଧ୍ୟ ବିନା ବସ୍ତ୍ରରେ ପୂଜା କରିବା ବାହାନାରେ ଦୁଷ୍କର୍ମ କରି ଅଶ୍ଲୀଳ ଭିଡିଓ ଉତ୍ତୋଳନ କଲା । ତାନ୍ତ୍ରିକ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଧମକ ଦେଇ ୪ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କଲା ।
ମହିଳାଙ୍କ ଦେହ ପ୍ରାୟତଃ ଭଲ ରହୁନଥିଲା । ସେ ଜଣଙ୍କଠୁ ତାନ୍ତ୍ରିକ ସମ୍ପର୍କରେ ଶୁଣିବାକୁ ପାଇଲେ । ତାକୁ ଯୋଗାଯୋଗ କରିବା ପରେ ଭଣ୍ଡ ତାନ୍ତ୍ରିକ କହିଲା କି ତାଙ୍କ ଘରେ ଭୂତ-ପ୍ରେତ ଅଛନ୍ତି । ଯାହା ଫଳରେ ତାଙ୍କ ଦେହ ଭଲ ହେଉନି । ଏଥିପାଇଁ ପୂଜା ପାଠ କରିବାକୁ ହେବ । ଆଉ ବାସ୍, ତା ପରେ ଆରମ୍ଭ ହୋଇଥିଲା ତାନ୍ତ୍ରିକର ବାହନା ଆଉ ରାଜୁତି । କେମିତି ପୂଜା ହେବ, କଣ କରିବାକୁ ହେବ ସବୁ ସେ ବତାଇ ଚାଲିଲା ଏବଂ ମହିଳା ଏବଂ ତାଙ୍କ ବୋହୂ ସବୁଥିରେ ରାଜି ହୋଇଥିଲେ । ସେ ବିନା ବସ୍ତ୍ରରେ ପୂଜା କରିବାକୁ କହି ପ୍ରଥମେ ଶାଶୁଙ୍କୁ ଦୁଷ୍କର୍ମ କରିଥିଲା । ପରେ ବୋହୂକୁ ମଧ୍ୟ ନିଜ ଶିକାର ବନାଇଲା । ତେବେ ଏନେଇ ଥାନାରେ ଅଭିଯୋଗ ହୋଇଛି ଏବଂ ଭଣ୍ଡ ତାନ୍ତ୍ରିକକୁ ଖୋଜୁଛି ପୋଲିସ ।