27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମହିଳାଙ୍କ ଶିକ୍ଷା ଉପରେ ବଡ଼ ରୋକ ଲଗାଇବାକୁ ଯାଉଛି ତାଲିବାନ

ମହିଳାଙ୍କ ଶିକ୍ଷା ଉପରେ ବଡ଼ ରୋକ ଲଗାଇବାକୁ ଯାଉଛି ତାଲିବାନ

କାବୁଲ: ମହିଳା ଅଧିକାରକୁ ବାରମ୍ବାର କ୍ଷୁର୍ଣ୍ଣ କରୁଥିବା ଆଫଗାନିସ୍ତାନର ତାଲିବାନ ସରକାର ଆଉ ଏକ ପଦକ୍ଷେପ ନେବାକୁ ଯାଉଛି । ମହିଳାଙ୍କ ଶିକ୍ଷା ଉପରେ ବଡ଼ ରୋକ ଲଗାଇବାକୁ ଯାଉଛି । ୧୦ ବର୍ଷରୁ ଅଧିକ ବୟସର ଝିଅ ମାନେ ପାଠ ପଢିପାରିବେ ନାହିଁ ବୋଲି ଦେଶର ବିଭିନ୍ନ ରାଜ୍ୟରେ ଏହି ନିୟମ ଲାଗୁ କରିବାକୁ ଯାଉଛି । ୧୦ ବର୍ଷ ନଚେତ ତୃତୀୟ ଶ୍ରେଣୀରୁ ଅଧିକ ପାଠ ପଢିପାରିବେ ନାହିଁ ବୋଲି ନିୟମ ଲାଗୁ ହେବାକୁ ଯାଉଛି । ଏନେଇ ସେମାନଙ୍କର ଅଭିଭାବକଙ୍କୁ କଡା ନିର୍ଦ୍ଦେଶ ଦେଇଛି ତାଲିବାନ । ନିର୍ଦ୍ଦେଶରେ ଅବମାନନା ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଫଗାନିସ୍ତାନର ଅନେକ ସ୍ଥାନରେ ଯେଉଁ ଝିଅ ମାନେ ଡେଙ୍ଗା ଓ ୧୦ ବର୍ଷରୁ ଅଧିକ ସେମାନଙ୍କୁ ସ୍କୁଲ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଝିଅ ମାନଙ୍କୁ ଉଚ୍ଚଶିକ୍ଷା ଲାଭ କରିପାରିବେ ନାହିଁ ବୋଲି ତାଲିବାନ ଘୋଷଣା କରିଥିଲା । ଏଥିସହ ସେମାନେ ବିୟୁଟି ପାର୍ଲର, ପାର୍କ, ଜିମ୍ ଯାଇପାରିବେ ନାହିଁ ବୋଲି ନିୟମ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking