19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶବିମୁଦ୍ରୀକରଣ ନେଇ ଆଜି ରାୟ ଦେବେ ସୁପ୍ରିମକୋର୍ଟ

ବିମୁଦ୍ରୀକରଣ ନେଇ ଆଜି ରାୟ ଦେବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୬ ନଭେମ୍ବରରେ ୫୦୦ ଓ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ମାମଲାରେ ଆଜି ସୁପ୍ରିମକୋର୍ଟ ଦେଇପାରନ୍ତି ରାୟ । ନୋଟ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ୫୮ଟି ପିଟିସନ। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ବିମୁଦ୍ରୀକରଣ ନିଷ୍ପତ୍ତି ପରେ ମୋଟ ୧୫ ଦଶମିକ ୪୧ ଟ୍ରିଲିୟନ ଟଙ୍କା ମଧ୍ୟରୁ ୧୫ ଦଶମିକ ୩ ଟ୍ରିଲିୟନ ଟଙ୍କା ବ୍ୟାଙ୍କରେ ଜମା ହୋଇଥିଲା । ଏହାର ହାର ଥିଲା ୯୯ ଦଶମିକ ୩ ପ୍ରତିଶତ।

ବିମୁଦ୍ରୀକରଣ ପ୍ରସଙ୍ଗରେ କୋର୍ଟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ସରକାର ଦର୍ଶାଇଥିଲେ। ଗତ ଡିସେମ୍ବର ୭ତାରିଖରେ ଜଷ୍ଟିସ ଏସ.ଏ. ନାଜିରଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହି ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ ବି.ଆର. ଗଭାଇ, ବି.ଭି. ନାଗରତ୍ନା, ଏ.ଏସ. ବୋପାନ୍ନା ଓ ଭି. ରମାସୁବ୍ରମଣ୍ୟମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking