27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶଏନଟିଏକୁ ନୋଟିସ ଜାରି କରି ଜବାବ ମାଗିଲେ ସୁପ୍ରିମକୋର୍ଟ

ଏନଟିଏକୁ ନୋଟିସ ଜାରି କରି ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ନୀଟ ମାମଲାକୁ ନେଇ ଶୁଣାଣି ହୋଇଛି । କୋର୍ଟ ସିବିଆଇ ଯାଞ୍ଚ ଦାବିର ପିଟିସନ ଉପରେ ନୀଟ ପରୀକ୍ଷା କରୁଥିବା ଏଜେନ୍ସି ଏନଟିଏ କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । କୋର୍ଟ କହିଛନ୍ତି ଯେ, ଏନଟିଏର ଜବାବ ଜାଣିବା ଆବଶ୍ୟକ ଅଟେ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଜବାବ ଦାଖଲ କରାଯିବା ପରେ ବର୍ତ୍ତମାନ ମାମଲାର ଆଗାମୀ ଶୁଣାଣି ୮ ଜୁଲାଇରେ କରାଯିବ । ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲଙ୍କ କହିବାନୁଯାୟୀ, ଏହି ମାମଲା ୨୪ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ସହ ଜଡିତ । ଏଥିପାଇଁ କୋର୍ଟ ଏହି ମାମଲା ଉପରେ ଶୀଘ୍ର ଶୁଣାଣି କରନ୍ତୁ । ଓକିଲ ଛାତ୍ରଛାତ୍ରୀଙ୍କ ପ୍ରାଣ ହାରିବା କଥା ମଧ୍ୟ ଦାବି କରିଛନ୍ତି । ଏହାକୁ ଶୁଣି କୋର୍ଟ କହିଛନ୍ତି ଯେ, ଏପରି ଭାବନାତ୍ମକ ଡକ୍ୟୁମେଣ୍ଟ ରଖନ୍ତୁ ନାହିଁ । ଆଇନ ଆଦେଶ ପାଳନ କରି ଏନଟିଏର ଜବାବ ଦେଖିବା ଜରୁରୀ ଅଟେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking