29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଇଡିକୁ ତାଗିଦ୍ କଲେ ସୁପ୍ରିମକୋର୍ଟ: ‘ଅଯଥାରେ ଭୟର ବାତାବରଣ ସୃଷ୍ଟି କରନି'

ଇଡିକୁ ତାଗିଦ୍ କଲେ ସୁପ୍ରିମକୋର୍ଟ: ‘ଅଯଥାରେ ଭୟର ବାତାବରଣ ସୃଷ୍ଟି କରନି’

ନୂଆଦିଲ୍ଲୀ: ଇଡିକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ଅଯଥାରେ ଭୟର ବାତାବରଣ ସୃଷ୍ଟି ନ କରିବାକୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । ଛତିଶଗଡ଼ ସରକାରଙ୍କ ଏକ ଆବେଦନର ଶୁଣାଣି କରି ଇଡିକୁ ଏହି କଡ଼ା କଥା ଶୁଣାଇଛନ୍ତି କୋର୍ଟ । ଛତିଶଗଡ଼ର ଅବକାରୀ ଅଧିକାରୀଙ୍କୁ ଇଡି ତରଫରୁ ଧମକ ଦିଆଯାଉଥିବା ଓ ମଦ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଫସାଇବାର ଚକ୍ରାନ୍ତ ହେଉଛି ବୋଲି ସୁପ୍ରିମକୋର୍ଟକୁ ଜଣାଇଥିଲେ ଛତିଶଗଡ଼ ସରକାର । ଏହାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି-ଅଯଥାରେ ଭୟର ବାତାବରଣ ସୃଷ୍ଟି କରାଗଲେ, ଭଲ କାମକୁ ମଧ୍ୟ ଲୋକେ ସନ୍ଦେହ ଦୃଷ୍ଟିରେ ଦେଖିବେ ।

ମଦ ଦୁର୍ନୀତିର ତଦନ୍ତ ଆଳରେ ଇଡି ଧମକ ଚମକ ଦେଉଥିବାର ଅଭିଯୋଗ କରିଥିଲେ କିଛି ଅଧିକାରୀ । ଇଡିର ଅଭିଯୋଗ ଅନୁସାରେ ମଦ ଦୁର୍ନୀତି ଯୋଗୁଁ ଛତିଶଗଡ଼ ସରକାରଙ୍କ ୨ ହଜାର କୋଟି ଟଙ୍କା କ୍ଷତି ହୋଇଛି । ଏହି ମାମଲାରେ ରାୟପୁର, ଭିଲାଇ, ମୁମ୍ବାଇ ଆଦି ସ୍ଥାନରେ ରେଡ୍ କରିଥିଲା ଇଡି । ଗତ ମାସରେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଛତିଶଗଡ଼ ସରକାର । କିଛି ଦିନ ତଳେ ସବୁ ବିରୋଧୀ ଦଳ ମଧ୍ୟ ଏକାଠି ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଅଭିଯୋଗ କରିଥିଲେ କେନ୍ଦ୍ର ସରକାର ଇଡି, ସିବିଆଇ ପରି ସଂସ୍ଥାର ଦୁରୂପଯୋଗ କରି କେବଳ ବିରୋଧୀମାନଙ୍କୁ ଟାର୍ଗେଟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking