ନୂଆଦିଲ୍ଲୀ: ବିଶ୍ୱରେ ଗୋଟିଏ ଦିନ ୨୪ ଘଣ୍ଟା ହୋଇଥାଏ। ଯେଉଁଥିରେ ୧୨ ଘଣ୍ଟା ଦିନ ଏବଂ ଆଉ ୧୨ ଘଣ୍ଟା ରାତି ହୋଇଥାଏ। ପ୍ରକୃତିର ନିୟମରେ ଦିନ ପରେ ରାତି ହୋଇଥାଏ ଓ ରାତି ପରେ ଦିନ ହୋଇଥାଏ। ତେବେ ଆମକୁ ଲାଗିଥାଏ ଯେ ପୂରା ଦୁନିଆରେ ବି ଏହି ନିୟମରେ ଚାଲୁଥିବ। ହେଲେ ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତି ନାହିଁ ଏବଂ ରାତି ମଧ୍ୟ ହୋଇନଥାଏ। ବିଶ୍ୱର ଏହି ସ୍ଥାନରେ ୭୦ ଦିନରୁ ଅଧିକ ଦିନ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ୧୨ ଘଣ୍ଟା ପରେ ମଧ୍ୟ ଏହି ସ୍ଥାନରେ ଦିନ ରହିଥାଏ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏମିତି କେମିତି ହେଉଛି? ଏହା ମଧ୍ୟ ମନରେ ପ୍ରଶ୍ନ ଆସିଥାଏ ଯେ ଏଠାରେ କାହିଁକି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ? ଆଜି ଆମେ ଆପଣଙ୍କୁ ଏହି ବିଶ୍ୱର ଏପରି କିଛି ସ୍ଥାନ ବାବଦରେ ଜଣାଇବୁ, ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତି ନାହିଁ।
ନାର୍ବେ: ନାର୍ବେ ଆର୍କଟିକ ସର୍କଲରେ ରହିଛି, ଏହକୁ ଲ୍ୟାଣ୍ଡ ଅଫ ମିଡନାଇଟ ସନ୍ ମଧ୍ୟ କୁହାଯାଏ। ଏହି ଦେଶରେ ମେ’ ମାସରୁ ଜୁଲାଇ ଶେଷ ଯାଏ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାରେ ୭୨ ଦିନ ଯାଏ ରାତି ହୋଇନଥାଏ। ଏହି ଦେଶର ସ୍ୱାଲବାର୍ଡରେ ମଧ୍ୟ ସୂର୍ଯ୍ୟ ୧୦ ଏପ୍ରିଲରୁ ୨୩ ଅଗଷ୍ଟ ଯାଏ ଅସ୍ତ ହୁଅନ୍ତି ନାହିଁ। ଯଦି ଆପଣ ଗ୍ରୀଷ୍ମ ଋତୁରେ ବୁଲିବାର ଯୋଜନା ରଖିଥାନ୍ତି ତେବେ ଏହି ସ୍ଥାନକୁ ଯାଆନ୍ତୁ।
କାନାଡ଼ା: କାନାଡ଼ାର ଉତ୍ତର-ପଶ୍ଚିମ କ୍ଷେତ୍ରରେ ନୁନାବୁତ ସହର ରହିଛି। ଆର୍କଟିକ ସର୍କଲରୁ ପ୍ରାୟ ଦୁଇ ଡୀଗ୍ରି ଉପରେ ରହିଥିବା ଏହି ସହର ପ୍ରାକୃତିକ ସୌନ୍ଦର୍ଯ୍ୟତାରେ ଭରି ରହିଛି। ଏଠାରେ ଲଗାତାର ଦୁଇ ମାସ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଶୀତ ଦିନରେ ଏଠାରେ ୩୦ ଦିନ ଯାଏ କେବଳ ରାତି ହୋଇଥାଏ ଏବଂ ସୂର୍ଯ୍ୟ ଉଦୟ ହୁଅନ୍ତି ନାହିଁ।
ଆଇସଲ୍ୟାଣ୍ଡ: ୟୁରୋପର ସବୁଠାରୁ ବଡ଼ ଦ୍ୱୀପ ହେଉଛି ଆଇସଲ୍ୟାଣ୍ଡ । ଏଠାରେ ଜୁନ ମାସରେ କେବେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାରେ ୨୪ ଘଣ୍ଟା ଦିନ ରହିଥାଏ। ଗ୍ରେଟ ବ୍ରିଟେନ ପରେ ଆଇସଲ୍ୟାଣ୍ଡ ହେଉଛି ୟୁରୋପର ସବୁଠାରୁ ବଡ଼ ଦ୍ୱୀପ।
ଆଲାସ୍କା: ଆଲାସ୍କାର ବୈର ସହରରେ ମେ’ରୁ ଜୁଲାଇ ଶେଷ ଯାଏ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏହାପରେ ଶୀତ ଋତୁରେ ଅର୍ଥାତ ନଭେମ୍ୱର ଆରମ୍ଭରେ ଏଠାରେ ଗୋଟିଏ ମାସ ରାତି ହୋଇଥାଏ। ଏହି ସମୟକୁ ନାଇଟ୍ସ କୁହାଯାଏ। ଆପଣ ଏଠାରେ ଗ୍ରୀଷ୍ମ ଓ ଶୀତ ଋତୁରେ ଯାଇପାରିବେ।
ଫିନଲ୍ୟାଣ୍ଡ: ଏହି ଦେଶର ମାତ୍ର ୭୩ ଦିନ ସୂର୍ଯ୍ୟ ଉଦୟ ହୋଇଥାନ୍ତି। ଶୀତ ଋତୁରେ ଏଠାରେ ରାତି ହୋଇଥାଏ। ଡିସେମ୍ୱରରୁ ଜାନୁଆରୀ ମଧ୍ୟରେ ସୂର୍ଯ୍ୟ ଉଦୟ ହୁଅନ୍ତି ନାହିଁ। ଆର୍କଟିକ ସର୍କଲରେ ଆସୁଥିବା ସ୍ଥାନଗୁଡ଼ିକରେ ଏପରି ହୋଇଥାଏ।
ସ୍ୱିଡେନ: ସ୍ୱିଡେନରେ ମେ’ରୁ ଅଗଷ୍ଟ ଯାଏ ଅଧ ରାତିରେ ସୂର୍ଯ୍ୟ ଅସ୍ତ ହୋଇଥାନ୍ତି। ଏହାପରେ ଭୋର ୪ ଟାରେ ସୂର୍ଯ୍ୟ ଉଦୟ ହୋଇଥାନ୍ତି। ଏହା ଏକ ଏପରି ଦେଶ ଯେଉଁଠାରେ ୬ ମାସ ଯାଏ ସକାଳ ରହିଥାଏ।