19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଛାତ୍ର ନେତାଙ୍କୁ ପିଟି ପିଟି ମାରିଦେଲେ

ଛାତ୍ର ନେତାଙ୍କୁ ପିଟି ପିଟି ମାରିଦେଲେ

ପାଟନା:  ଆକ୍ରୋଶ ପରାୟଣ ହୋଇ ଜଣେ ଯୁବ ଛାତ୍ରନେତାଙ୍କୁ ପିଟିପିଟି ହତ୍ୟା କରାଯିବା ଭଳି ଅଘଟଣ ବିହାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି । ମୃତ ଯୁବ ଛାତ୍ରନେତାଙ୍କ ନାମ ହର୍ଷ କୁମାର ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ ୨୨ ବର୍ଷୀୟ ହର୍ଷ ପରୀକ୍ଷା ଦେବା ପାଇଁ କଲେଜ୍‌କୁ ଆସିଥିଲେ । ତେବେ ପରୀକ୍ଷା ଦେଇ ହଲ୍‌ରୁ ବାହାରିବା ପରେ ତାଙ୍କୁ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ପାଟନା ଆଇନ୍ ବିଶ୍ୱବିଦ୍ୟାଳୟ ଅନୁମୋଦିତ ବିଏନ୍ ଆଇନ୍ ଡିଗ୍ରୀ କଲେଜ୍‌ରେ ପଢ଼ୁଥିବା ହର୍ଷଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଛି । ସେ ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳକୁ ଆସିଥିଲେ । ପ୍ରକାଶ, ଦୀର୍ଘ ବର୍ଷ ହେବ ହର୍ଷ, ଛାତ୍ର ରାଜନୀତିରେ ସକ୍ରିୟ ରହିଥିବା ବେଳେ କିଛି ବିପକ୍ଷ ଗୋଷ୍ଠୀ ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ୍ କହିଛି । ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଥିବା ପୁଲିସ୍ ବିଶ୍ୱବିଦ୍ୟାଳୟ ବାହାରେ ଲାଗିଥିବା ସିସଟିଭି ଫୁଟେଜ୍ ସଂଗ୍ରହ କରିଛି । ତେବେ ହତ୍ୟାକାଣ୍ଡ ପରେ ପାଟଣା ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଫଳରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking