31.1 C
Bhubaneswar
Monday, September 30, 2024
Homeଦେଶ ବିଦେଶବିବାହ ପୂବର୍ରୁ ବର ସାଙ୍ଗ ରଖିଲ ଅଜବ ଚୁକ୍ତି...ସ୍ୱାକ୍ଷର କରିବାକୁ ବାଧ୍ୟ ହେଲ ନବବଧୂ....

ବିବାହ ପୂବର୍ରୁ ବର ସାଙ୍ଗ ରଖିଲ ଅଜବ ଚୁକ୍ତି…ସ୍ୱାକ୍ଷର କରିବାକୁ ବାଧ୍ୟ ହେଲ ନବବଧୂ….

ଚେନ୍ନାଇ: ବିବାହ ଜୀବନର ଏକ ଟର୍ଣ୍ଣିଂ ପଏଣ୍ଟ । ବିବାହ ପରେ ଜୀବନର ଗତିପଥ କୁଆଡେ ଯିବ..କେମିତି ଯିବ ଏହାକୁ ନେଇ ସମସ୍ତେ ସ୍ୱପ୍ନ ଦେଖିଥା’ନ୍ତି । କିନ୍ତୁ ବାସ୍ତବରେ କ’ଣ ହୁଏ ସେକଥା ସମୟ ହିଁ କହେ । ପୂର୍ବରୁ ବିବାହକୁ ନେଇ ଏକ ଚିରାଚରିତ ଚିନ୍ତାଧାରା ରହିଥିଲା । ବୈବାହିକ ଜୀବନରେ ଏମିତି ହୁଏ । ସେଠି ସ୍ୱପ୍ନ ସତ ହଉ ବା ନ ହଉ, ଏମିତି ଚିନ୍ତାଧାରା ଏକ ପ୍ରକାର ଆଶ୍ୱସ୍ତି ଦେଇଥାଏ । ହେଲେ ଆଜିକାଲି ଯୁବକ-ଯୁବତୀମାନେ ବିବାହକୁ ନେଇ ବେଶ ସଚେତନ । ବିବାହ ପରେ ନିଜ ଇଚ୍ଛା ଏବଂ ଜୀବନଶୈଳୀ ସହ କୌଣସି ପ୍ରକାର ସାଲିସ କରିବାକୁ ଚାହାଁନ୍ତିନି ଯୁବପିଢ଼ି । ତେଣୁ ଅନେକ କ୍ଷେତ୍ରରେ ବିବାହ ପୂର୍ବରୁ ଯୁବକ –ଯୁବତୀ ଚୁକ୍ତିନାମା ସ୍ୱାକ୍ଷର କରୁଥିବା ନଜିର ରହିଛି । ଏହି ଚୁକ୍ତିନାମାକୁ ନେଇ ଅନେକେ ସିରିୟସ ହୋଇଥାନ୍ତି । ଆଉ କିଛି ଏହାକୁ ଜୋକ୍‌ସ ଭାବେ ମଧ୍ୟ ନେଇଥାନ୍ତି । ଅନେକେ ରୋମାଣ୍ଟିକ ଅନ୍ଦାଜରେ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥାନ୍ତି ।
ତାମିଲନାଡୁର ଏହି ଦମ୍ପତି ହେଉଛନ୍ତି ହରିପ୍ରସାଦ ଓ ପୂଜା । ଗତ ରବିବାର ଥିଲା ବିବାହ । ବାହାଘରର ସବୁ ଆୟୋଜନ ସରିଥାଏ ।

ବିବାହ ମଣ୍ଡପକୁ ଆସିଲେ ବର-କନ୍ୟା । ଏହି ସମୟରେ ହରିପ୍ରସାଦଙ୍କ ସାଙ୍ଗମାନେ ଏକ ଫାଇଲ ନେଇ ଆସିଲେ । ୨୦ ଟଙ୍କିଆ ଷ୍ଟାମ୍ପ ପେପର ଲାଗିଥିବା ଏକ କାଗଜରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ସେମାନେ ପୂଜାଙ୍କୁ କହିଥିଲେ । ଏପରିକି ବିବାହ ପୂର୍ବରୁ ସ୍ୱାକ୍ଷର କରିବାକୁ ପଡିବ ବୋଲି ପୂଜାଙ୍କୁ କହିଥିଲେ । ଏମିତି କଥା ଶୁଣି ପୁଜା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିବାହ ବେଦୀରେ ଏ କି ଚୁକ୍ତିନାମା? ଆଗରୁ ତ ଏମିତି କିଛି କୁହାଯାଇ ନ ଥିଲା? ବିବାହ ମଣ୍ଡପରେ ଉପସ୍ଥିତ ଥିବା ବନ୍ଧୁବାନ୍ଧବ, ପରିବାର ଲୋକେ ବି ବର ସାଙ୍ଗମାନଙ୍କର ଏମିତି ହରକତ ଦେଖି କାବା । ଯାହା ବି ହେଉ, ପୂଜା ଷ୍ଟାମ୍ପ ପେପର ଆଣି ପଢିଲେ । ଆଉ ତା ପରେ ନିଜ ହସକୁ ରୋକି ପାରି ନଥିଲେ ।

କାହାକୁ କିଛି ନ ପଚାରି ସେଥିରେ ସ୍ୱାକ୍ଷର କରି ଦେଇଥିଲେ । ଷ୍ଟାମ୍ପ ପେପରରେ ଉଲ୍ଲେଖ ଥିଲା ‘ ମୁଁ ପୂଜା, ଏଠାରେ ହରିପ୍ରସାଦଙ୍କୁ ପ୍ରତି ଶନିବାର ଏବଂ ରବିବାର ସୁପରଷ୍ଟାର କ୍ରିକେଟ ଟିମ୍ ପାଇଁ ଖେଳିବାକୁ ଅନୁମତି ଦେବି ।‘ ପୂଜାଙ୍କ ସ୍ୱାକ୍ଷର ପରେ ହରିପ୍ରସାଦଙ୍କ ସାଙ୍ଗମାନେ ଆଶ୍ୱସ୍ତ ହୋଇଥିଲେ। ପ୍ରକୃତ କଥା ହେଲା, ହରିପ୍ରସାଦ ପେଷାରେ ଜଣେ ପ୍ରଫେସର । ସେ ତାମିଲନାଡୁ ଥେନି ଅଞ୍ଚଳର ଏକ ଘରୋଇ କଲେଜରେ ଶିକ୍ଷାଦାନ କରନ୍ତି । ହେଲେ ନିଶାରେ ଜଣେ କ୍ରିକେଟର । ସେ ଭଲ କ୍ରିକେଟ ଖେଳନ୍ତି । ସେ ସୁପରଷ୍ଟାର କ୍ରିକେଟ ଟିମ୍‌ର କ୍ୟାପ୍‌ଟେନ ଅଟନ୍ତି । ବିବାହ ପରେ ହରିପ୍ରସାଦ ଯେମିତି କ୍ରିକେଟ ଖେଳିବାକୁ ନେଇ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ତାଙ୍କ ସାଙ୍ଗମାନେ ଏପରି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking