ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯେମିତି ଆମ ସମସ୍ତଙ୍କ ଆପଣାର ଠିକ ସେମିତି ତାଙ୍କ ସହ ଜଡିତ ସଵୁ କାହାଣୀ ବି ଅତ୍ୟନ୍ତ ରୋଚକ । କଣ ଆପଣ ଜାଣିଛନ୍ତି କି ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ର ନା ନନ୍ଦିଘୋଷ କାହିଁକ ?ତେଵେ ଆସନ୍ତୁ ଜାଣିଵା ନନ୍ଦିଘୋଷ ରଥ ଵିଷୟ ରେ କିଛି ଅଜଣା କଥା ।ନନ୍ଦି ଆଉ ଘୋଷ ଏ ଦୁଇଟି ଶବ୍ଦ ର ମିଶ୍ରଣ ରେସୃଷ୍ଟି ହୋଇଛି ନନ୍ଦିଘୋଷ ।ନନ୍ଦି ହେଉଛି ଭଗବାନ ଶିଵଙ୍କର ଵାହାନ ଓ ଘୋଷ ହେଉଛି ଗର୍ଜନ । ନନ୍ଦିଙ୍କ ଗର୍ଜନ ରୁ ରଥର ନାମ ହୋଇଛି ନନ୍ଦିଘୋଷ । ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦ ଟି ଜଡିତ । ରାଵଣ ବିରୋଧରେ ଯୁଦ୍ଧ ଘୋଷଣା କରିଵା ପରେ ଭଗବାନ ରାମଙ୍କ ସହ ଥିବା ବାନର ସେନା ଓ ଭଲ୍ଲୁକ ମାନେ ଯୁଦ୍ଧ ର ରଣନୀତି ପ୍ରସ୍ତୁତ କରୁଥାନ୍ତି । ଏହି ସମୟରେ ଇନ୍ଦ୍ରଦେଵତା ମଧ୍ୟ ଭଗବାନ ରାମ ଙ୍କୁ ସହାୟତା କରିବା ପାଇଁ ଚିନ୍ତା କଲେ । ପ୍ରଭୁ ରାମ ଵନଵାସୀ ହୋଇ ଥିବାରୁ ତାଙ୍କ ପାଖେ କୋୖଣସି ରଥ ନ ଥିଲା । ଏଣୁ ତାଙ୍କୁ ଗୋଟିଏ ରଥ ପ୍ରଦାନ କରିଥିଲେ ଦେଵ ରାଜ ଇନ୍ଦ୍ର । କିନ୍ତୁ ରାବଣ ଙ୍କୁ ପରାସ୍ତ କରିଵା ରାମ ଙ୍କ ପାଖରେ ସମ୍ଭଵ ନ ଥିଲା । ସେହି ସମୟରେ ବିଷ୍ଣୁ ରୂପି ରାମ ଙ୍କୁ ସହାୟତା କରିଵା ପାଇଁ ଭଗବାନ ରାମ ନିଜ ଵାହାନ ନନ୍ଦି ଙ୍କୁ ପଠାଇ ଥିଲେ ।ନନ୍ଦିଙ୍କୁ ଧାରଣ କରିଵା ର ଶକ୍ତି କାହାର ନ ଥିଵା ରୁ ଵିଷ୍ଣୁ ଙ୍କ ସୁଦଶନ ଚକ୍ର ରେ ସ୍ଥାପିତ ହେଲେ ନନ୍ଦି । ଦୁଇ ମହା ଶକ୍ତି ଏକାଠି ହେଵାରୁ ସୁଦଶନ ଙ୍କ ଘୂର୍ଣ୍ଣନ ଵେଳେ ନନ୍ଦି ଙ୍କ ଅଵସ୍ଥାନ ଯୋଗୁ ନନ୍ଦି ଭୀଷଣ ଗଜନ କଲେ । ଏବଂ ସେହି ଗର୍ଜନ ଫଳରେ ରାଵଣ ର ଅଦ୍ଧାଦିକ ସୈନ୍ୟ ପ୍ରାଣ ହରାଇଲେ ଓ ଶ୍ରୀ ରାମଙ୍କ ଵିଜୟ ପଥ ସୁଗମ ହେଲା । ଏଣୁ ଇନ୍ଦ୍ରଙ୍କର ଏହି ରଥର ନାମ ହେଲା ନନ୍ଦିଘୋଷ । ପୁରୀ ରେ ରଥ ଯାତ୍ରା ସମୟରେ ଶ୍ରୀ ଜଗନ୍ନାଥ ଙ୍କ ଵିରାଜ କରିବା ସହମଦନମୋହନ ବିରାଜ ମାନ କରିଥାନ୍ତି ।