ଭୁବନେଶ୍ୱର: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ମୋନ୍ଥା । ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି । ମଛଲିପଟନମ ଠାରୁ ୧୪୦, କାକିନଡା ଠାରୁ ୨୪୦ କିମି ଦୂରରେ ରହିଛି । ଗୋପାଳପୁର ଠାରୁ ୫୩୦ କିମି ଦୂରରେ ମୋନ୍ଥା ରହିଛି । ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ମୋନ୍ଥା । ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ ମୋନ୍ଥା । ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ।










